୧୫୦୦୦ ନଡ଼ିଆ ଭାଙ୍ଗିଲେ ବିଧାୟକ

ସୋରଡ଼ା, ୫ା୫ (ଡି.ଏନ୍‌.ଏ.):  ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ୍‌ ସମୟ ଥିବା ବେଳେ ୨୦୧୯ର ମାନସିକ ପୂରଣ କରିଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ ମନ୍ଦିର ଯାଇ ମାନସିକ ପୂର୍ବକ ୧୫୦୦୦ ନଡ଼ିଆ ଭାଙ୍ଗିଛନ୍ତି।
ପ୍ରକାଶ ଯୋଗ୍ୟ, ସୋରଡାରୁ ତିନିଥର ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିବା ସ୍ବାଇଁ ପ୍ରଥମେ ୨୦୦୯ ନିର୍ବାଚନରେ ୪୦୧୧ ଭୋଟ ବ୍ୟବଧାନରେ ଜିତିଥିଲେ। ସେତେବେଳେ ସେ ସେଠାରେ ୪୧୦୦ ନଡିଆ ଭାଙ୍ଗିଥିଲେ । ପୁନର୍ବାର ୨୦୧୪ରେ ୧୬୦୦୦ ବ୍ୟବଧାନରେ ନିର୍ବାଚନ ଜିତିବା ପରେ ଅନୁରୂପ ନଡିଆ ଭାଙ୍ଗିଥିଲେ । ସେହିପରି ୨୦୧୯ ନିର୍ବାଚନରେ ୧୩,୯୯୬ ଭୋଟରେ ଜିତିଥିଲେ। ସେତେବେଳେ ୧୫୦୦୦ ନଡିଆ ଭାଙ୍ଗିବା ପାଇଁ ମାନସିକ ରଖିଥିଲେ। ତେବେ କୋଭିଡ କଟକଣା, ବାପାଙ୍କ ଦେହାନ୍ତ ଓ ଶ୍ରାଦ୍ଧବାର୍ଷିକୀ ଶେଷ ହେବା ପରେ ନୃସିଂହ ଚତୁର୍ଦ୍ଦଶୀରେ କାର୍ଯ୍ୟ ସମ୍ପନ୍ନ ପାଇଁ ସ୍ଥିର କରିଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ବୁଧବାର ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ଏନ୍‌ଏସି ଓ ବ୍ଲକ, ସୋରଡ଼ା ଏନ୍‌ଏସି ଓ ବ୍ଲକର ମୋଟ ୪୪ ପଞ୍ଚାୟତ ଓ ୨ ଟି ଏନ୍‌ଏସିରୁ ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ିରେ ୬୦୦ରୁ ଅଧିକ ସମର୍ଥକ ସୋରଡ଼ାରେ ଏକତ୍ରିତ ହୋଇଥିଲେ। ବୁଧବାର ସମସ୍ତ ଗାଡି ସୀମାଞ୍ଚଳମ ଅଭିମୁଖେ ଯାତ୍ରା କରି ସେଠାରେ ଗୁରୁବାର ଭୋର ସମୟରେ ପହଞ୍ଚତ୍ଥିଲେ। ସାମୂହିକ ଭାବେ ଠାକୁର ଦର୍ଶନ କରିଥିଲେ। ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରୁ ୧୫ ହଜାର ନଡ଼ିଆ କିଣାଯାଇଥିଲା। ସକାଳ ୮ଟାରେ ପ୍ରଥମେ ବିଧାୟକ ନଡିଆ ଭଙ୍ଗା ଆରମ୍ଭ କରିଥିଲେ । ପରେ ସମସ୍ତେ ମିଶି ଭାଙ୍ଗିଥିଲେ। ସେଠାରେ ଏମ୍‌ପି ପ୍ରମିଳା ବିଶୋୟୀ ଉପସ୍ଥିତ ଥିଲେ। ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଏନ୍‌ଏସି ଅଧ୍ୟକ୍ଷ ଫିରୋଜ ସେଠୀ, ଜିଲା ପରିଷଦ ସଭ୍ୟ ବିଦ୍ୟା ବିଶୋୟୀ, ସୋରଡା ଏନ୍‌ଏସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ଜିଲା ପରିଷଦ ରାଜେଶ ସାହୁ, ପ୍ରଫୁଲ୍ଲ ମହାଙ୍କୁଡ, ରାମ ଶବର, ସରପଞ୍ଚ ତ୍ରିଲୋଚନ ସାହୁ, ସମସ୍ତ କାଉନସିଲର, ଉପାଧ୍ୟକ୍ଷ, ସମିତିସଭ୍ୟ, ଦଳୀୟ ସଭାପତି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri