ବନ୍ଦକୁ ନେଇ ମନ୍ତ୍ରୀଙ୍କୁ କଡ଼ା କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ, କହିଲେ ଶାସକ ଦଳକୁ ସବୁ…

ଭୁବନେଶ୍ୱର,୧୨ା୨: ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଛି, ଦେଶରେ ଶ୍ରମିକଙ୍କ ସଂଖ୍ୟା ଅଧିକ। ଶାସକ ଦଳରେ ରହିଲେ, ସବୁ ଠିକ୍‌ ଲାଗିବ ବୋଲି କହିଛନ୍ତି ଅରୁଣ। ସେ କହିଛନ୍ତି, ସାଧାରଣ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେଣି।

ସୂଚନା ଥାଉକି, ପ୍ରଦୀପ ବନ୍ଦ ପାଳନକୁ ନେଇ କହିଥିଲେ, ପ୍ରାୟତଃ ଗାଡ଼ି ଘୋଡ଼ା ଚାଲୁଛି, ବନ୍ଦର ବିଶେଷ ପ୍ରଭାବ ନାହିଁ। ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି। ଇନ୍ସ୍ୟୁରାନ୍ସ ମିଳୁ ନ ଥିବାରୁ ସମସ୍ତେ ବନ୍ଦ ହୋଇଯାଉଛନ୍ତି। ଯାହାକୁ ନେଇ ଅରୁଣ କାଉଣ୍ଟର କରିଛନ୍ତି।

Dharitri –Odisha’s No.1 Trusted Odia Daily

Share