ବିଭିନ୍ନ ପୂଜାମଣ୍ଡପ ବୁଲିଲେ ବିଧାୟକ ଅଖିଳ ଚନ୍ଦ୍ର ନାଏକ ମା’ ଦୁର୍ଗାଙ୍କ ଆଶିଷ ନେଇ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ

ପାଟଣା, ୨୦/୧୦ (ବୀର କିଶୋର ଦାଶ): ବିଜୟାଦଶମୀ ଅବସରରେ ମଙ୍ଗଳବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ନିର୍ବାଚନମଣ୍ଡଳୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଆଶିଷ ଗ୍ରହଣ କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରିଛନ୍ତି।

ବିଧାୟକ ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ସମେତ ସାହାରପଡ଼ା ବ୍ଲକର ପ୍ରାଚୀନ ଶକ୍ତିପୀଠ ଉଦୟପୁର ଦୁର୍ଗାମନ୍ଦିର ପରିଦର୍ଶନ କରିଥିଲେ। ବିଭିନ୍ନ ମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ଭାବ ବିନିମୟ କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ନାଏକ ସୃଷ୍ଟି ର କଲ୍ୟାଣ ସହ ରାଜ୍ୟବାସୀ ଓ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଶାନ୍ତି, ସୁଖ ଓ ସମୃଦ୍ଧି ପାଇଁ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଙ୍କର ପରିଦର୍ଶନକୁ ନେଇ ବିଭିନ୍ନ ପୂଜାମଣ୍ଡପରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

Share