କରୋନା କବଳରେ ଡାକ୍ତର, ନର୍ସ, ରୋଗୀ: ବନ୍ଦ ହେଲା ଏମ୍‌କେସିଜି ଓପିଡି

ବ୍ରହ୍ମପୁର ଅଫିସ,୯ା୭: ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ କରୋନାରେ ସଂକ୍ରମିତ ହେବା ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଓପିଡି (ଅଉଟଡୋର)କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଉପରେ ଗୁରୁବାରଠାରୁ ରୋକ ଲଗାଯାଇଛି। ଓପିଡିରେ ରୋଗୀ ଚିକିତ୍ସା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। କେବଳ ଜରୁରୀକାଳିନ ତଥା ଗୁରୁତର ରୋଗୀଙ୍କୁ ଏମ୍‌କେସିଜିର କାଜୁଆଲଟିରେ ଚିକିତ୍ସା କରାଯିବ ବୋଲି ବଡ଼ମେଡିକଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଫଳରେ ଏମ୍‌କେସିଜିରେ ଏବେ ଆଉଟଡୋର ସେବା ବନ୍ଦ ହୋଇଯାଇଛି। ଏପରିକି ଏମ୍‌କେସିଜି ମେଡିକାଲକୁ ସଂଯୋଗ କରୁଥିବା ମୁଖ୍ୟ ଫଟକ, ପଛପଟ ଫାଟକ ବନ୍ଦ କରିଦିଆଯାଇଥିବା ବେଳେ ଗୋଇଲୁଣ୍ଡି ଓ ସିଦ୍ଧାର୍ଥ ନଗର ପଟୁ ଆସିଥିବା ସମସ୍ତ ରାସ୍ତାକୁ ବାଡ଼ ପକାଇ ସିଲ୍‌ କରିଦିଆଯାଇଛି। ଏମ୍‌କେସିଜି ମେଡିକାଲକୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତାରେ ଏବେ ପୋଲିସ ମୁତୟନ ହୋଇଛି। ମୁଖ୍ୟ ଫାଟକର ଗୋଟିଏ ପଟ ସମ୍ପୂର୍ଣ ଭାବେ ସିଲ୍‌ କରାଯାଇଥିବା ବେଳେ ଅନ୍ୟ ଫାଟକ ଦେଇ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ, ସୁରକ୍ଷାକର୍ମୀ, ଗୁରୁତର ରୋଗୀ ତଥା ଦୁର୍ଘଟଣା ଓ ମୃତ୍ୟୁସହ ସଂଗ୍ରାମ ରୋଗୀ ସରକାରୀ ଆମ୍ବୁଲାନ୍ସକୁ ମେଡିକାଲ ଭିତରକୁ ଛଡ଼ାଯିବ। ଏହାସହିତ ମେଡିକାଲରେ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ପାସ୍‌ ଦେଖାଇ ମେଡିକାଲ ଭିତରକୁ ପ୍ରବେଶ କରିପାରିବେ ବୋଲି ପ୍ରଫେସର ମିଶ୍ର କହିଛନ୍ତି।
ପ୍ରକାଶ ଯେ, ଏମ୍‌କେସିଜି ମେଡିକାଲର ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ କରୋନାରେ ସଂକ୍ରମିତ ହେବା ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତଥା କରୋନା ଚେନ୍‌ରେ ରୋକ ଲଗାଇବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବଡ଼ମେଡିକଲର ରୁଟିନ ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶାନାମା ଜାରି କରିଥିଲେ ବୋଲି ଅଧିକ୍ଷକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri