Posted inଜାତୀୟ

ବଜେଟରୁ ‘₹’ ର ପ୍ରତୀକ ହଟାଇଦେଲେ ଷ୍ଟାଲିନ ସରକାର, ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ ‘ரூ’ ରଖିଛନ୍ତି। ସାରା ଦେଶରେ ଟଙ୍କାର ପ୍ରତୀକକୁ ଆଧିକାରୀକ ଭାବେ ଆପଣାଯାଇଛି। ହେଲେ ଷ୍ଟାଲିନ ସରକାର ଭିନ୍ନ ପ୍ରତୀକ ଆଣିଛନ୍ତି। ବଜେଟ ସମୟରେ ସେ ନୂଆ ପ୍ରତୀକ ଜାରି କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଏଠାକାର ସରକାର ବଡ଼ ପଦକ୍ଷେପ ନେଇଥିବା କୁହାଯାଉଛି।

ତେବେ ଷ୍ଟାଲିନ ସରକାରଙ୍କ ଏହି ପଦକ୍ଷେପ ଏଭଳି ସମୟରେ ଆସିଛି ଯେତେବେଳେ ହିନ୍ଦୀକୁ ନେଇ କିଛିଦିନ ଧରି ବିବାଦ ଲାଗି ରହିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଷ୍ଟାଲିନ କହିଥିଲେ ଯେ, ସାରା ଦେଶରେ ହିନ୍ଦୀର ବ୍ୟବହାର ଯୋଗୁ ପ୍ରାଚୀନ ଭାଷାଗୁଡ଼ିକ ବିଲୁପ୍ତ ହେଉଛି। ବିହାର ଏବଂ ଉତ୍ତର ପ୍ରଦେଶ କେବେ ବି ହିନ୍ଦୀ ଭାଷାର ଅଞ୍ଚଳ ନ ଥିଲା। ଏବେ ଏଠାକାର ମୂଳ ଭାଷା ଅତୀତର ପ୍ରତୀକ ଭାବେ ରହିଛି।

ତେବେ ଏହି ବିବାଦ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଲାଗୁ ସମୟରେ ସାମ୍ନାକୁ ଆସିଛି। ଏନ୍‌ଇପି ୨୦୨୦ରେ ପ୍ରସ୍ତାବିତ ୩ ଭାଷାର ଫର୍ମୁଲା କହୁଛି ଯେ ଛାତ୍ରୀଛାତ୍ରଙ୍କୁ ୩ଟି ଭାଷା ଶିଖିବା ଉଚିତ, ଯେଉଁଥିରେ ଅତି କମ୍‌ରେ ଦୁଇଟି ଭାରତୀୟ ଭାଷା ରହିଥିବ। ସରକାରୀ ଏବଂ ବେସରକାରୀ ସ୍କୁଲରେ ଏହି ଫର୍ମୁଲା ଲାଗୁ ହେବ ଏବଂ ରାଜ୍ୟମାନଙ୍କୁ ବିନା କୌଣସି ଚାପରେ ଭାଷାକୁ ବାଛିବାକୁ ଅନୁମତି ରହିବ। ତେବେ ଏହି ପଦକ୍ଷେପକୁ ଷ୍ଟାଲିନ୍‌ ସରକାର ‘ଭଗ୍‌ବା ନୀତି’ କହିଥିଲେ। ଏପରିକି ଏହାକୁ ଲାଗୁ କରିବାକୁ ମନା କରିଦେଇଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟକୁ ମିଳିବାକୁ ଥିବା ସମଗ୍ର ଶିକ୍ଷା ଅଭିଯାନ ସହାୟତା ରାଶି ୫୭୩ କୋଟି ଟଙ୍କାର ପ୍ରଥମ କିସ୍ତି ଉପରେ ରୋକ ଲଗାଇଥିଲେ। ସେବେଠାରୁ ଷ୍ଟାଲିନ ସରକାର କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri