Posted inଜାତୀୟ

ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆ ଚାଲିଗଲେ

ଅଜୈଓ୍ବାଲ୍‌,୧୩।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ ଏବଂ ୮୯ ସନ୍ତାନ ଅଛନ୍ତି। ଏତେ ବଡ ପରିବାର ଯୋଗୁ ସେ ମିଜୋରାମରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ମିଜୋରାମରେ ଥିବା ଜିଓନାଙ୍କ ଗାଁ ଏବଂ ବକଟାୱାଙ୍ଗ ତାଲଙ୍ଗନାମ ତାଙ୍କ ବଡ ପରିବାର ହେତୁ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ର ହୋଇପାରିଥିଲା। ତାଙ୍କ ଘର ବିଷୟରେ କହିବାକୁ ଗଲେ, ଚାନାଙ୍କ ପରିବାର ୧୦୦ ରୁମ ଏବଂ ଚାରି ମହଲା ବିଶିଷ୍ଟ ଘରେ ରୁହନ୍ତି। ସମଗ୍ର ପରିବାର ଆତ୍ମନିର୍ଭରଶୀଳ ଏବଂ ଅଧିକାଂଶ ସଦସ୍ୟ କିଛି କାମ କିମ୍ବା ଚାକିରି କରିଛନ୍ତି। ଜିଓନା ଥରେ କହିଥିଲେ ଯେ ସେ ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ହୋଇଥିବାରୁ ଗର୍ବିତ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଚଳାଉଥିଲେ।
ଚାନାଙ୍କ ପରିବାରର ଅଧିକାଂଶ ମହିଳା ଚାଷ କରନ୍ତି ଏବଂ ଘରର କାମର ଯତ୍ନ ନିଅନ୍ତି। ଜିଓନାଙ୍କ ବଡ ସ୍ତ୍ରୀ ପୁରା ପରିବାରର ନେତୃତ୍ୱ ନେଉଛନ୍ତି । ସେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରନ୍ତି। ଚାନାଙ୍କ ବିୟୋଗରେ ପୁରା ପରିବାର ଗଭୀର ଦୁଃଖିତ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ତାଙ୍କର ବଡ଼ ପରିବାର ହେତୁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri