ମିୟାୱାକି-ବନୀକରଣର ନୂତନ ମାର୍ଗ

ପ୍ରୟାଗରାଜ ପୁଣ୍ୟସ୍ଥଳୀରେ ସମ୍ପ୍ରତି ଆରମ୍ଭ ହୋଇଥିବା ୨୦୨୫ ମହାକୁମ୍ଭ ମେଳାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିୟୁତ ସଂଖ୍ୟାରେ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହାନଗର ନିଗମ ସମର୍ପିତ ଭାବରେ ଅନେକ ଦିଗରୁ ପୂର୍ବପ୍ରସ୍ତୁତି ଜାରିରଖିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି ସହରରେ ଏକ ସ୍ବଚ୍ଛ, ସବୁଜ, ପ୍ରଦୂଷଣମୁକ୍ତ ପରିବେଶ ସ୍ଥାପନ, ଯେଉଁ ଉଦ୍ଦେଶ୍ୟରେ ବିଗତ ଦୁଇବର୍ଷ ଧରି ଜାପାନୀ ମିୟାୱାକି ପଦ୍ଧତି ଅବଲମ୍ବନରେ ଏକାଧିକ ପ୍ରାକୃତିକ ଅମ୍ଳଜାନ ବ୍ୟାଙ୍କ ପ୍ରତିଷ୍ଠା କରିବାର ପ୍ରୟାସ ସମ୍ପନ୍ନ ହୋଇଛି। ନଗରବନ ସୃଷ୍ଟି ପ୍ରଚେଷ୍ଟାରେ ବର୍ତ୍ତମାନ ୫୬,୦୦୦ ବର୍ଗମିଟର ପରିମିତ ଅଞ୍ଚଳ ଘନଜଙ୍ଗଲରେ ରୂପାନ୍ତରିତ ହୋଇଛି, ଯାହା କେବଳ ସବୁଜିମା ବୃଦ୍ଧିରେ ସହାୟକ ହୋଇନାହିଁ, ବରଂ ବାୟୁ ବିଶୁଦ୍ଧୀକରଣ, ଜଳ ସଂରକ୍ଷଣ, ମୃତ୍ତିକା ଅବକ୍ଷୟକୁ ରୋକିବା, ଜୈବବିବିଧତା ବୃଦ୍ଧି ଏବଂ ସର୍ବୋପରି ପରିବେଶର ଗୁଣାତ୍ମକ ମାନର ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଏହି ଜାପାନୀ ମିୟାୱାକି ପ୍ରକ୍ରିୟାରେ ସ୍ବଳ୍ପ ସମୟରେ ଜଙ୍ଗଲ ସୃଷ୍ଟି ସମ୍ପ୍ରତି କ୍ରମଶଃ ଏକ ନୂତନ ଅଭିଯାନର ରୂପ ନେଉଛି, ଯାହାର ବିଶେଷତ୍ୱ ଏବଂ ହିତସାଧନ କିନ୍ତୁ ସାଧାରଣ ଲୋକଙ୍କର ଅଜ୍ଞତାରେ ରହିଛି। ଏହି ବନୀକରଣ ପ୍ରଣାଳୀ ଏହାର ଦକ୍ଷତା ଏବଂ ଏହା ପ୍ରଦାନ କରୁଥିବା ପର୍ଯ୍ୟାପ୍ତ ପରିବେଶଗତ ହିତସାଧନ ହେତୁ ବିଶ୍ୱବ୍ୟାପୀ ବ୍ୟାପକ ସ୍ବୀକୃତି ଏବଂ ଗ୍ରହଣୀୟତା ହାସଲ କରିପାରିଛି। ଏହି ପଦ୍ଧତିର ଅନୁସରଣରେ ଏ ପର୍ଯ୍ୟନ୍ତ ସାରାବିଶ୍ୱରେ ପ୍ରାୟ ୩,୦୦୦ ଏବଂ ଭାରତରେ ୧୦୦ରୁ ଅଧିକ ଜଙ୍ଗଲ ସଫଳତାର ସହିତ ସୃଷ୍ଟି ହୋଇସାରିଛି। ଗୁଜରାଟର ଭୁଜ ଅଞ୍ଚଳରେ ସ୍ଥାପିତ ସ୍ମୃତିବନ ବିଶ୍ୱର ସବୁଠାରୁ ବଡ଼ ମିୟାୱାକି ଜଙ୍ଗଲର ମାନ୍ୟତା ହାସଲ କରିଥିଲାବେଳେ ହାଇଦ୍ରାବାଦ ସହରାଞ୍ଚଳ ପ୍ରଶାସନ ମିୟାୱାକି ପଦ୍ଧତି ଅବଲମ୍ବନରେ କେତୋଟି ଘନଜଙ୍ଗଲ ବା ନଗରବନ ସୃଷ୍ଟିକରି ସମ୍ପ୍ରତି ପରିବେଶ ପୁନରୁଦ୍ଧାରର ଏକ ଉତ୍ତମ ଦୃଷ୍ଟାନ୍ତ ସୃଷ୍ଟିକରିଛି।
ଜାପାନୀ ଉଦ୍ଭିଦ ବିଜ୍ଞାନୀ ଡ. ଅକିରା ମିୟାୱାକିଙ୍କ ନାମରେ ପରିଚ଼ିତ ଏହି ଅଭିନବ କୌଶଳ ସମଗ୍ର ବିଶ୍ୱରେ ସହରାଞ୍ଚଳ ସବୁଜିମା ବୃଦ୍ଧିରେ ଏକ ବ୍ୟାପକ ପରିବର୍ତ୍ତନ ଆଣୁଛି। ଏହି ନିଆରା ବନୀକରଣ ପଦ୍ଧତିର ମୂଳ ନୀତି ହେଉଛି ସର୍ବନିମ୍ନ ୨୦-୫୦ ବିଭିନ୍ନ ସ୍ବଦେଶୀ ଜାତିର ଉଦ୍ଭିଦକୁ ଖୁବ୍‌ ବ୍ୟବଧାନରେ ଏକତ୍ର ପରସ୍ପର ସନ୍ନିକଟରେ ରୋପଣ କରି ଏକ ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାର ସୃଷ୍ଟିକୁ ଅନୁକରଣ କରିବା। ଏହି ପଦ୍ଧତି ଦ୍ରୁତ ଅଭିବୃଦ୍ଧି ଏବଂ ଘନ ସବୁଜିମାକୁ ସୁନିଶ୍ଚିତ କରେ, ଯାହା ସାଧାରଣତଃ ୩୦ଗୁଣ ଅଧିକ ଘନତ୍ୱ ଥିବା ଏବଂ ପାରମ୍ପରିକ ବୃକ୍ଷରୋପଣ ତୁଳନାରେ ୧୦ଗୁଣ ଅଧିକ ବେଗରେ ବଢୁଥିବା ଜଙ୍ଗଲର ସୃଷ୍ଟି ଘଟାଏ। ଏପରି ପଦକ୍ଷେପ ଗ୍ରହଣ ସ୍ବଳ୍ପ ସମୟରେ ସହରାଞ୍ଚଳ ପରିବେଶର ଗୁଣାତ୍ମକ ମାନରେ ଉନ୍ନତି, ନିରନ୍ତରତା ହାସଲ ଦିଗରେ ପ୍ରୋତ୍ସାହନ ତଥା ଏହାର ଅଧିବାସୀଙ୍କ ସାମଗ୍ରିକ ସୁସ୍ଥତା ନିମନ୍ତେ ଅନେକ ଅବଦାନ ରଖେ।
ଏହି ପ୍ରକ୍ରିୟାର ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରଥମ କାର୍ଯ୍ୟ ହେଉଛି ଦେଶୀୟ ଜାତ ଉଦ୍ଭିଦ ସବୁର ଚୟନ, ଯାହା ସ୍ଥାନୀୟ ଜଳବାୟୁ, ମୃତ୍ତିକା ଏବଂ ଜୈବବିବିଧତା ସହିତ ଖାପଖୁଆଇ ଅତ୍ୟଧିକ ରକ୍ଷଣାବେକ୍ଷଣ କିମ୍ବା ରାସାୟନିକ ପୋଷାକର ପ୍ରୟୋଗ ବିନା ସୁରୁଖୁରୁରେ ନିଜକୁ ଅବସ୍ଥାପିତ କରିପାରନ୍ତି। ଏହି ପ୍ରଜାତିଗୁଡିକ ସ୍ଥାନୀୟ ଜଙ୍ଗଲ/ଅଞ୍ଚଳରୁ ମନୋନୀତ ଏବଂ ସାଧାରଣତଃ ବହୁସ୍ତରୀୟ ହୋଇଥା’ନ୍ତି, ଯେପରି କି ଉଚ୍ଚବୃକ୍ଷ, ବୁଦାଳିଆ ଗଛ ଏବଂ ଭୂମି ଆବରଣକାରୀ ଉଦ୍ଭିଦ। ମିୟାୱାକି ପଦ୍ଧତି ଚାରାରୋପଣ ନିମନ୍ତେ ଭୂପୃଷ୍ଠକୁ ସଫା ନ କରି ସମ୍ପୃକ୍ତ ମୃତ୍ତିକାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରେ, ଯାହା କମ୍ପୋଷ୍ଟ ଏବଂ ଅନ୍ୟାନ୍ୟ ଜୈବିକ ସାମଗ୍ରୀର ଉପଯୋଗ ଦ୍ୱାରା ସାଧିତ ହୁଏ। ଏହା ସ୍ଥାନୀୟ ପରିସଂସ୍ଥାରେ କୌଣସି ବାଧା ନ ଉପୁଜାଇ ରୋପିତ ଉଦ୍ଭିଦଗୁଡିକର ଦ୍ରୁତ ଅଭିବୃଦ୍ଧିକୁ ପର୍ଯ୍ୟାପ୍ତ ଭାବରେ ସମର୍ଥନ କରେ। ପରବର୍ତ୍ତୀ ପଦକ୍ଷେପ ହେଉଛି ପାରମ୍ପରିକ ପ୍ରକ୍ରିୟାରେ ଚାରାଗୁଡି଼କ ମଧ୍ୟରେ ରହୁଥିବା ଅଧିକ ବ୍ୟବଧାନ ପରିବର୍ତ୍ତେ ଏଥିରେ ପରସ୍ପର ଲାଗି ଲାଗି ବିବିଧ ଜାତିର ଉଦ୍ଭିଦକୁ ଉଚ୍ଚ ଘନତ୍ୱରେ ରୋପଣ କରାଯାଏ, ଯେପରିକି ପ୍ରାକୃତିକ ଜଙ୍ଗଲରେ ହୋଇଥାଏ। ଏହା ସୂର୍ଯ୍ୟକିରଣ, ଜଳ ଏବଂ ପୋଷକତତ୍ତ୍ୱ ପ୍ରାପ୍ତି ନିମନ୍ତେ ପ୍ରତିଯୋଗିତାକୁ ଉତ୍ସାହିତ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଉଦ୍ଭିଦଗୁଡିକର ଅଭିବୃଦ୍ଧି ହାରକୁ ତ୍ୱରାନ୍ବିତ କରେ।
ପ୍ରତି ବର୍ଗମିଟରରେ ୩ରୁ ୫ଟି ଚାରାରୋପଣ କଲେ, ଏହା ପାରମ୍ପରିକ ବୃକ୍ଷରୋପଣ ତୁଳନାରେ ୧୦ ଗୁଣ ଅଧିକ ଦ୍ରୁତଗତିରେ ବଢ଼ିପାରେ। ଏହି କୌଶଳର ଉପଯୋଗ ଉଚ୍ଚବୃକ୍ଷଠାରୁ ଆରମ୍ଭ କରି ମଧ୍ୟ ଭାଗର ଗଛ ଏବଂ ଛୋଟବୁଦା ପର୍ଯ୍ୟନ୍ତ ଏକାଧିକ ସ୍ତରର ଜଙ୍ଗଲ ସୃଷ୍ଟିରେ ସହାୟକ ହୁଏ। ବିଭିନ୍ନ ଉଚ୍ଚତାରେ ସ୍ତର ସବୁର ସୃଷ୍ଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ପ୍ରତିବିମ୍ବିତ କରେ ଏବଂ ବିଭିନ୍ନ ପ୍ରଜାତିର ଜୀବଙ୍କୁ ବାସସ୍ଥାନ ଯୋଗାଇ ଜୈବବିବିଧତାକୁ ସମୃଦ୍ଧ କରେ। ବନୀକରଣ ପ୍ରାରମ୍ଭର କିଛି ବର୍ଷ ପରେ ଏହି ଜଙ୍ଗଲ ମୁଖ୍ୟତଃ ଆତ୍ମନିର୍ଭରଶୀଳ ହୋଇ ଅଭିବୃଦ୍ଧି ହାସଲ କରେ। ମିୟାୱାକି ପଦ୍ଧତି କେବଳ ବୃକ୍ଷରୋପଣ ନୁହେଁ, ବରଂ ପରିବେଶ ସନ୍ତୁଳନ ପୁନରୁଦ୍ଧାର ପ୍ରସଙ୍ଗରେ ଏକ ସଫଳ ମାର୍ଗ। ସ୍ବଦେଶୀ ପ୍ରଜାତି ଉଦ୍ଭିଦ ରୋପଣ ଦ୍ୱାରା ଏହି ଜଙ୍ଗଲ ସ୍ଥାନୀୟ ବନ୍ୟଜନ୍ତୁଙ୍କର ପ୍ରାକୃତିକ ବାସସ୍ଥାନକୁ ପୁନଃସ୍ଥାପିତ କରିବାରେ, ମୃତ୍ତିକାରେ ଜଳ ପୁନଃ ଭରଣା ହେବାରେ ଏବଂ ସହରୀ ଉତ୍ତାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରେ। ସମୟକ୍ରମେ ଏହି ଜଙ୍ଗଲ ଏକ ଆତ୍ମନିର୍ଭରଶୀଳ, ସମୃଦ୍ଧ ପରିସଂସ୍ଥା ଭାବରେ ଅବସ୍ଥାପିତ ହୁଏ।
ଅତଏବ ମିୟାୱାକି ପଦ୍ଧତି ମାନବୀୟ କାର୍ଯ୍ୟକଳାପରେ ଅବକ୍ଷୟିତ ହୋଇଥିବା ଜଙ୍ଗଲ କିମ୍ବା ସହରୀକରଣ ପ୍ରକ୍ରିୟାରେ ହଜିଯାଇଥିବା ସ୍ଥାନୀୟ ଉଦ୍ଭିଦରାଜିକୁ ବୃକ୍ଷରୋପଣ ମାଧ୍ୟମରେ ଜୈବବିବିଧତାର ପୁନଃପ୍ରତିଷ୍ଠାକୁ ପ୍ରୋତ୍ସାହିତ କରେ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri