ଥୁଆମୂଳ ରାମପୁରରେ ‘ଭାରତ ବନ୍ଦ’ର ମିଶ୍ରିତ ପ୍ରଭାବ: ସାଧାରଣ ଜନତା ଅତିଷ୍ଠ, କଂଗ୍ରେସ-AICCTU କର୍ମୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଥୁଆମୂଳ ରାମପୁର,୧୨।୦୨,(ଦୁର୍ଗା କୀର୍ତ୍ତି): ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଗୁରୁବାର ଥୁଆମୂଳ ରାମପୁର ବ୍ଲକରେ ମିଶ୍ରିତ ରହିଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ହେଁ ମଧ୍ୟାହ୍ନ ୧ଟା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ବନ୍ଦ ପାଳନ ସମୟରେ ବିଭିନ୍ନ ସଂଗଠନର ଆନ୍ତରିକତା ଓ ରାଜନୈତିକ ଆଦର୍ଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜିର ଏହି ଧର୍ମଘଟରେ ଥୁଆମୂଳ ରାମପୁର ବ୍ଲକର ରାଜମିସ୍ତ୍ରୀ ସଂଘ, ନବ ନିର୍ମାଣ କୃଷକ ସଂଗଠନ ଏବଂ CPIML ସମର୍ଥନ ଜଣାଇ ସାମିଲ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ AICCTU ପକ୍ଷରୁ ବଡ଼ ବଡ଼ ବ୍ୟାନର ଲଗାଯାଇ ଧର୍ମଘଟର ଆହ୍ବାନ ଦିଆଯାଇଥିଲା, ସେହି ସଂଗଠନର ଜଣେ ହେଲେ କର୍ମୀଙ୍କୁ ଆନ୍ଦୋଳନ ସ୍ଥଳରେ ଦେଖିବାକୁ ମିଳିନଥିଲା। କେବଳ ପୋଷ୍ଟର ଓ ବ୍ୟାନର ମଧ୍ୟରେ ସୀମିତ ରହିଥିଲା ସେମାନଙ୍କର ପ୍ରତିବାଦ। ରାଜ୍ୟ ପିସିସି ସଭାପତି ଏହି ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଥୁଆମୂଳ ରାମପୁରରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଧର୍ମଘଟ ସ୍ଥଳ ଭାବେ ପରିଚିତ କଲମପୁର ଛକ ନିକଟରେ ଅନ୍ୟ ସମସ୍ତ ଦୋକାନ ବନ୍ଦ ଥିବା ବେଳେ ଜଣେ କଂଗ୍ରେସ କର୍ମୀଙ୍କ ଟିଫିନ ସେଣ୍ଟର ଖୁଲମ ଖୋଲା ଚାଲିଥିଲା। ଧର୍ମଘଟରେ କୌଣସି କଂଗ୍ରେସ କର୍ମୀଙ୍କୁ ଦେଖିବାକୁ ମିଳିନଥିବା ବେଳେ ନିଜ ଦଳର ନିଷ୍ପତ୍ତିକୁ ବେଖାତିର କରି ସେମାନେ ବ୍ୟବସାୟରେ ବ୍ୟସ୍ତ ଥିବା ଦେଖାଯାଇଛି। ଏହି ବନ୍ଦ ଯୋଗୁ ସାଧାରଣ ଖଟିଖିଆ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଦିନକର ରୋଜଗାର ବନ୍ଦ ହୋଇଯାଇଛି। ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠପଢା ପ୍ରଭାବିତ ହୋଇଛି। ବଣ-ପାହାଡ଼ ଘେରା ଏହି ଦୁର୍ଗମ ଅଞ୍ଚଳରେ ଲୋକେ ବହୁ କଷ୍ଟରେ ଜୀବିକା ନିର୍ବାହ କରୁଥିବା ବେଳେ ଏଭଳି ବନ୍ଦ ଡାକରା ସେମାନଙ୍କ ଦୁଃଖ ବଢ଼ାଇଛି।
* ଜନସାଧାରଣଙ୍କ ମତ: ଲୋକେ କୁହାକୁହି ହେଉଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହା କେବଳ ଏକ ରାଜନୈତିକ ଡ୍ରାମା ବା ପ୍ରହସନ।
* ଆର୍ଥିକ କ୍ଷତି: ସରକାରୀ ବାବୁମାନେ ଘରେ ବସି ଦରମା ପାଇଥିବା ବେଳେ ଦୈନିକ ମଜୁରିଆଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ହୋଇଛି।
ଥୁଆମୂଳ ରାମପୁର ଭଳି ଅଞ୍ଚଳରେ ସରକାରୀ ଯୋଜନା ବିଳମ୍ବରେ ପହଞ୍ଚୁଥିବା ବେଳେ ଏଭଳି ଆନ୍ଦୋଳନ ଲୋକଙ୍କ କୌଣସି ସୁବିଧା କରୁନାହିଁ। ବରଂ ଏହାଦ୍ୱାରା କେବଳ ସାଧାରଣ ଲୋକଙ୍କ କ୍ଷତି ହେଉଥିବାରୁ ଏହାକୁ ସମର୍ଥନ ନ କରିବାକୁ ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri