କ୍ଷୀରରେ ଏହାକୁ ମିଶାଇ ପିଅନ୍ତୁ, ଦୂରହେବ ଆଣ୍ଠୁଗଣ୍ଠି ସମସ୍ୟା

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ ଦ୍ୱିଗୁଣା ଫାଇଦା ମିଳିଥାଏ। ଏମିତିରେ ତ କ୍ଷୀର ପୋଷଣରେ ଭରପୂର୍‌ ଥାଏ। କିନ୍ତୁ ସେଥିରେ ଡାଲଚିନି ଗୁଣ୍ଡ ମିଶାଇଲେ ଆୟୁର୍ବେଦିକ ଔଷଧ ଭାବେ କାମ କରେ। ଏହି କ୍ଷୀର ପିଇଲେ ଶରୀରରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ବୃଦ୍ଧି ହେବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାଛଡ଼ା ମଧୁମେହ, ମୋଟାପଣ ଏବଂ ହୃଦ୍‌ଜନିତ ସମ୍ଯଯାରୁ ରକ୍ଷା ମିଳିଥାଏ। ଗୋଟିଏ ଗ୍ଲାସ୍‌ ଉଷୁମ୍‌ କ୍ଷୀରରେ ୧/୪ ଚାମଚ ଡାଲଚିନି ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ପିଇଲେ ବିଶେଷ ଲାଭ ମିଳିଥାଏ। ଆଣ୍ଠୁ ଗଣ୍ଠିଜନିତ ସମସ୍ୟା ଥିଲେ, ଉପଶମ ମିଳିଥାଏ।