Categories: ବାଣିଜ୍ୟ

ମିଭାନ ସାମନ୍ତରାୟ ଜିତିଲେ ‘ହାର୍‌ଲେ ଡେଭିଡ୍‌ସନ’

ଭୁବନେଶ୍ୱର,୧୯।୩: ଓଡ଼ିଶାର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟ୍‌ସ ଶୋ’ରୁମ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆୟୋଜିତ ଲକି ଡ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଦୁର୍ଗାପୂଜାରେ ଆରମ୍ଭ ହୋଇଥିବା ଲକି ଡ୍ର’ଅଫର୍‌ର ବିଜେତାଙ୍କ ନାମ ୨୦୨୪ ଜାନୁଆରୀରେ ଘୋଷଣା କରାଯାଇଥିଲା। ଏପରିକି ଭୁବନେଶ୍ୱର ଜନପଥସ୍ଥିତ ଷ୍ଟୋରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମିଭାନ ସାମନ୍ତରାୟ ଏହି ଲକି ଡ୍ର’ରେ ଏକ ‘ହାର୍‌ଲେ ଡେଭିଡ୍‌ସନ୍‌’ ବାଇକ୍‌ ପୁରସ୍କାର ସ୍ବରୂପ ଜିତିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ କେବଳ ବାଇକ୍‌ର ଏକ ପ୍ରତିକୃତି ଦିଆଯାଇଥିବା ବେଳେ ସୋମବାର ତାଙ୍କୁ ସମ୍ପୂର୍ଣ୍ଣ ବାଇକ୍‌ ଦିଆଯାଇଛି। ସେହିଭଳି ୨ବର୍ଷ ପୂର୍ବେ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ଆକର୍ଷଣୀୟ ଲକି ଡ୍ର’ କୁପନ ଆରମ୍ଭ ହୋଇଛି। ପ୍ରଥମ ବର୍ଷ ଏହି କୁପନରେ ନିଶ୍ଚିତ ଉପହାର ଯଥା ସ୍କୁଟର, ଗ୍ରାଇଣ୍ଡର ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଥିଲାବେଳେ ଗତ ବର୍ଷ ଲକି ଡ୍ର’ଅଫର୍‌ରେ ବିଜେତାଙ୍କ ପାଇଁ ମାଲେସିଆ ଟ୍ରିପ୍‌ ଭଳି ଅଫର ରହିଥିଲା ା ବର୍ତ୍ତମାନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଯୋଜନା କରି ଗ୍ରାହକଙ୍କୁ ପ୍ରଲୋଭନରେ ପକାଉଥିବା ବେଳେ ‘ଶ୍ରୀଦୁର୍ଗା’ ଭଳି ଗାର୍ମେଣ୍ଟସ୍‌ ଷ୍ଟୋର ତା’ର ଗ୍ରାହକଙ୍କ ବିଶ୍ୱାସକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି ା ଗ୍ରାହକଙ୍କୁ କୌଣସି ପ୍ରକାର ଠକାମିର ଶିକାର ନ କରାଇ ଉପଯୁକ୍ତ ସେବା ପ୍ରଦାନ ଏବଂ ପ୍ରତିଶ୍ରୁତି ପାଳନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ା ‘ଶ୍ରୀଦୁର୍ଗା’ ଉପରେ ଗ୍ରାହକଙ୍କ ଏହି ବିଶ୍ୱାସ ଯୋଗୁ ଆଜି ଏହା ଓଡ଼ିଶାର ଏକ ଅଗ୍ରଣୀ ଶାଢ଼ି ଏବଂ ଗାର୍ମେଣ୍ଟସ୍‌ ଷ୍ଟୋରରେ ପରିଣତ ହୋଇପାରିଛି, ମନଲୋଭା ଗାର୍ମେଣ୍ଟସ୍‌ କଲେକ୍ସନ ସହିତ ଗ୍ରାହକ ସନ୍ତୁଷ୍ଟୀକରଣ ‘ଶ୍ରୀଦୁର୍ଗା’ର ଏକମାତ୍ର ଲକ୍ଷ୍ୟ ବୋଲି ଷ୍ଟୋର ପକ୍ଷରୁ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।

Share