ମୋ ମା’ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି, ହେଲେ ସମସ୍ତେ ବାପାଙ୍କ ବିଷୟରେ କଥା ହୁଅନ୍ତି: ନମାଶି ଚକ୍ରବର୍ତ୍ତୀ

ବମ୍ବେ: ଫିଲ୍ମ ରିଲିଜ ପରଠାରୁ ଚର୍ଚ୍ଚାରେ ଅଛନ୍ତି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନମାଶି ଚକ୍ରବର୍ତ୍ତୀ। ସେ ଫିଲ୍ମ ‘ବ୍ୟାଡ୍‌ ବୟ’ ଜରିଆରେ ଡେବ୍ୟୁ କରିଛନ୍ତି। ସିନେମାହଲରେ ଏହା ପ୍ରଦର୍ଶିତ ହେବା ଯାଏ ନମାଶି ନିଜର ପରିଚୟ ଗୋପନ ରଖିଥିଲେ। ପ୍ରଥମେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ହେଲେ ଏବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ପରେ ଏହାକୁ ବେଶ ପସନ୍ଦ କରାଯାଉଛି। ସେ ଏବେ ଯୁବପୀଢ଼ିଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ମିଥୁନଙ୍କ ପୁଅ ବୋଲି ଜଣାପଡ଼ିବା ପରେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଏମିତିରେ ନମାଶି କୁହନ୍ତି, ଏବେ ରାସ୍ତା ପୂର୍ବରୁ ଅଧିକ ସହଜ ହୋଇଯାଇଛି। ମୋ ଫିଲ୍ମ ରିଲିଜ ହୋଇ ସାରିଛି। ମୋ କାମ ଲୋକେ ଦେଖି ପସନ୍ଦ କରୁଛନ୍ତି। ଅଭିନେତା ହିସାବରେ ମୋତେ ଲାଗେ ଯେ ଦର୍ଶକଙ୍କଠାରୁ ଅଧିକ ସିନେମାଜଗତ ସହ ଜଡ଼ିତ ଲୋକେ ଫିଲ୍ମ ଦେଖିବା ଜରୁରୀ। ଏପ୍ରିଲ ୨୮ରେ ଫିଲ୍ମ ରିଲିଜ ହୋଇଥିଲା। ଏପ୍ରିଲ ୩୦ ପରଠାରୁ ମୋତେ ବଲିଉଡରୁ ଅନେକ ଲୋକ ଫୋନ କରିଛନ୍ତି। ମୋ ଉପରେ ବିଶ୍ୱାସ ଥିବା ସେ କହିଛନ୍ତି। ଏଣୁ ସବୁକିଛି ସହଜ ହୋଇଥିବା କହୁଛି। ଯଦି ମିଥୁନଙ୍କ ପୁଅ ହିସାବରେ କେହି କଲ କରିଥାନ୍ତା ତେବେ ସେ ମୋ ଟ୍ରେଲର ଦେଖି କଲ କରିଥାନ୍ତେ। ହେଲେ ସମସ୍ତେ ଫିଲ୍ମ ଦେଖିବା ପରେ କାମକୁ ପସନ୍ଦ କରିଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ପରିବାର ନେଇ ପଚରାଯିବାରେ ନମାଶି କହିଛନ୍ତି, ଲୋକେ ସବୁବେଳେ ମୋତେ ବାପାଙ୍କୁ ନେଇ ପ୍ରଶ୍ନ କରିଥାନ୍ତି। କେହି ବି ମା’ଙ୍କ ବିଷୟରେ ପଚାରି ନ ଥାନ୍ତି। ସେ ନିଜ ସମୟରେ ଜଣେ ଲୋକପ୍ରିୟ ନାୟିକା ଥିଲେ। ୭୦ରୁ ୮୦ ଦଶକ ମଧ୍ୟରେ ସେ ଶହେରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ମୋର ମା’ଙ୍କ ସହ ସମ୍ବନ୍ଧ ବେଶ ଭଲ। ସେ ଆମ ପରିବାରକୁ ଯୋଡ଼ି ରଖିଛନ୍ତି। ମୋତେ ତାଙ୍କ ଯୋଡ଼ି ବାପାଙ୍କ ସହ ଭଲ ଲାଗେ। ଅନ୍ୟ ହିରୋଙ୍କ ସହ ତାଙ୍କୁ ଦେଖିଲେ ଅଜବ ଲାଗେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri