ସୁଟିଂ ସେଟ୍‌ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସୁଛି।
ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଝାଡ଼ା ଓ ବାନ୍ତି ହୋଇଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଟିମ ତାଙ୍କ ଚିକିତ୍ସା କରୁଛନ୍ତି।

Share