Categories: ଜାତୀୟ

ଗୋଟିଏ ମଞ୍ଚରେ ମୋଦିଙ୍କ ସହ ନଜର ଆସିପାରନ୍ତି ଅଭିନେତା ମିଥୁନ

କୋଲକାତା,୬ ।୩: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବାର ସମ୍ଭାବନା ମଧ୍ୟରେ ଏବେ ଶୁଣିବାକୁ ମିଳିଛି କି ରବିବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିପାରନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ମଞ୍ଚରେ ସେ ମୋଦିଙ୍କ ସହ ନଜର ଆସିପାରନ୍ତି ବୋଲି ଆଲୋଚନା ହେଲାଣି । ଏପଟେ ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମିଥୁନ ଭାଜପା ଲାଗି ପ୍ରଚାର କରିବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଭାଜପା ବି ସଙ୍କେତ ଦେଇଛି କି ୭ ମାର୍ଚ୍ଚରେ ମିଥୁନ ଭାଜପାରେ ସାମିଲ ହୋଇପାରନ୍ତି । ସୂଚନାଯୋଗ୍ୟ, ୧୬ ଫେବୃୟାରୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ମିଥୁନଙ୍କୁ ଭେଟିଥିଲେ । ଏହାପରେ ଚର୍ଚ୍ଚା ହେଉଛି କି ମିଥୁନ ହୁଏତ ଭାଜପା ହାତ ଧରିପାରନ୍ତି ।

Share