Posted inଖେଳ

ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ: ଭୁଶୁଡିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଆଡିଲେଡ,୬।୧୨: ଆଡିଲେଡରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନ ଥିଲା। ପ୍ରଥମ ଅଧିବେଶନରେ ଦଳ ଚାରିଟି ଉଇକେଟ ହରାଇଥିଲା। ମିଚେଲ ଷ୍ଟାର୍କ ଭାରତୀୟ ଟପ ଅର୍ଡର ଧ୍ୱସ୍ତ କରିଛନ୍ତି। ଷ୍ଟାର୍କ ପ୍ରଥମ ୩ଟି ଉଇକେଟ ନେଇଥିବାବେଳେ ଚତୁର୍ଥ ସଫଳତା ସ୍କଟ ବୋଲାଣ୍ଡକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ବଲରୁ ଟିମ ଇଣ୍ଡିଆ ଅସୁବିଧାରେ ଥିବା ଜଣାପଡିଛି।

ପ୍ରଥମ ଅଧିବେଶନ ଶେଷ ହେବା ପରେ ଟିମ ଇଣ୍ଡିଆ ୨୩ ଓଭରରେ ୮୨/୪ ରନ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ ମିଚେଲ ଷ୍ଟାର୍କ ଯଶସ୍ବ ଜୟସ୍ବାଲ, କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କୁ ତାଙ୍କର ଶିକାର କରିଥିଲେ। ବୋଲାଣ୍ଡ ଶୁଭମନଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ।

ଆଡିଲେଡ ଟେଷ୍ଟରେ ଟିମ ଇଣ୍ଡିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇନିଂସ ଓପନ କରିଥିଲେ। ଷ୍ଟାର୍କ ପ୍ରଥମ ବଲରେ ଜୟସ୍ବାଲଙ୍କୁ ପାଭିଲିୟନକୁ ପଠାଇଥିଲେ।

ଜୟସ୍ବାଲଙ୍କ ଉଇକେଟ୍‌ ପରେ କେ.ଏଲ ରାହୁଲ ଏବଂ ଗିଲ ଦ୍ୱିତୀୟ ଉଇକେଟ ପାଇଁ ୬୯ରନ ଭାଗିଦାରୀ କରିଥିଲେ। ରାହୁଲଙ୍କୁ ଆଉଟ୍‌ କରି ଷ୍ଟାର୍କ ଏହି ଭାଗିଦାରୀ ଭାଙ୍ଗିଥିଲେ। ରାହୁଲ ୬ ଚୌକା ସହାୟତାରେ ୩୭ ରନ ସ୍କୋର କରିଥିଲେ। ତା’ପରେ ଟିମ ଇଣ୍ଡିଆକୁ ପରବର୍ତ୍ତୀ ଝଟକା ବିରାଟ କୋହଲିଙ୍କ ରୂପରେ ଯାଇଥିଲା। ସେ ମାତ୍ର ୭ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

୮୧ ରନ ସ୍କୋରରେ ଶୁବମାନ ଗିଲଙ୍କ ଆକାରରେ ଟିମ ଇଣ୍ଡିଆକୁ ଚତୁର୍ଥ ଝଟକା ଦେଇଥିଲେ ସ୍କଟ ବୋଲାଣ୍ଡ । ୫ ଚୌକା ସହାୟତାରେ ୩୧ ରନ ସ୍କୋର କରିବା ପରେ ଗିଲ ପାଭିଲିୟନକୁ ଫେରିଥିଲେ। ଏହିପରି, ପ୍ରଥମ ଅଧିବେଶନ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୪ ଉଇକେଟ ହରାଇଛି। ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ଏବଂ ରିଷଭ ପନ୍ତ ଏହି କ୍ରିଜରେ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri