Posted inଖେଳ

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟର ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେଉଥିବା ବେଳେ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୧) ପରେ ଏହା ସେମାନଙ୍କର ଦ୍ୱିତୀୟ ଫାଇନାଲ ଭେଟ। ତେବେ ମ୍ୟାଚ୍‌ ପୂର୍ବରୁ କିୱି ଅଧିନାୟକ ମିଚେଲ ସାଣ୍ଟର୍ନରଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟ ପ୍ରଶଂସକଙ୍କ ମନରେ ଛନକା ପଶିଛି।

ଶନିବାର ଅଭ୍ୟାସ ସମୟରେ ସାଣ୍ଟନର୍‌ ପିଚ୍‌ର ପରିଦର୍ଶନ କରିଥିଲେ। ସେଠାରେ ସେ ନିଜ ଫୋନ୍‌ରେ ପିଚ୍‌ର ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ କଥା ମନେ ପକାଇ ଦେଇଛି। ସେତେବେଳେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଠିକ ଏହିଭଳି ଭାବେ ପିଚ୍‌ର ଫଟୋ ଉଠାଇଥିଲେ ଏବଂ ଶେଷରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ୱବିଜୟୀ ହୋଇଥିଲା। ଏବେ ସାଣ୍ଟର୍ନର ସମାନ ଅନ୍ଦାଜ ପ୍ରଶଂସକଙ୍କୁ ପୁଣି ଥରେ ସେହି ଅଶୁଭ ସଂକେତର ଭୟ ଦେଖାଉଛି। କେବଳ ଫଟୋ ନୁହେଁ, ସାଣ୍ଟର୍ନର ପ୍ୟାଟ କମିନ୍ସଙ୍କ ଭଳି ମଧ୍ୟ ବୟାନ ଦେଇଥିବା ଦେଖିବାକୁ ମିଳିଛି।

ଖବରଦାତା ସମ୍ମିଳନୀରେ ଯେତେବେଳେ ତାଙ୍କୁ ପଚରାଗଲା କି ନ୍ୟୁଜିଲାଣ୍ଡ ସବୁବେଳେ ଦର୍ଶକଙ୍କ ହୃଦୟ ଜିତିଥାଏ, ତେବେ ଏଥର କଣ ଆପଣ ଟ୍ରଫି ପାଇଁ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିବେ? ଏହାର ଉତ୍ତରରେ ସାଣ୍ଟର୍ନର୍‌ କହିଛନ୍ତି ଯେ “ଆମେ ଟ୍ରଫି ଜିତିବାକୁ ଚାହୁଁ। ଯଦି ଛୋଟ ଛୋଟ କଥା ପ୍ରତି ଆମେ ଧ୍ୟାନ ଦେବୁ, ତେବେ ନିଶ୍ଚିତ ଜିତିବୁ। ଟ୍ରଫି ପାଇଁ ଯଦି ଆମକୁ କାହାର ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ ସେଥିରେ ଆମର କୌଣସି ଆପତ୍ତି ନାହିଁ।” ଏହି ବୟାନ ଠିକ ୨୦୨୩ରେ କମିନ୍ସ ଦେଇଥିବା ବୟାନ ଭଳି, ଯେଉଁଥିରେ ସେ କହିଥିଲେ ଯେ “ଲକ୍ଷେ ଲୋକଙ୍କୁ ଶାନ୍ତ କରିଦେବାଠାରୁ ବଡ଼ ଖୁସି ଆଉ କିଛି ନାହିଁ।”

ବର୍ତ୍ତମାନର ଚାମ୍ପିୟନ ଭାବେ ଟିମ ଇଣ୍ଡିଆକୁ ଶକ୍ତିଶାଳୀ ମନେ କରାଯାଉଛି, କିନ୍ତୁ କ୍ରିକେଟରେ କିଛି ବି ହୋଇପାରେ। ଫାଇନାଲର ସେହି ୪୦ ଓଭରର ଲଢ଼େଇ ହିଁ ସ୍ପଷ୍ଟ କରିବ ଯେ ଭାରତ ପୁଣି ଥରେ ଇତିହାସ ରଚିବ ନା କିୱି ଦଳ ବାଜି ମାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri