Posted inଖେଳ

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ରୁ ଦଳ ବାହାର ହେବା ପରେ ପଦ ଛାଡ଼ି ଦେଇଥିଲେ। ତେବେ ସାଣ୍ଟନର ହ୍ବାଇଟ୍‌ ବଲ୍‌ ଫର୍ମାଟରେ ୧୦୦ରୁ ଅଧିକ ଥର ନ୍ୟୁଜିଲାଣ୍ଡ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା କେବଳ ୪ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମାସରେ ସେ ଶ୍ରୀଲଙ୍କା ଗସ୍ତ ସହିତ ୨୪ ଟି୨୦ ଏବଂ ୪ ଦିନିକିଆ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି।

ପୂର୍ଣ୍ଣକାଳୀନ ଅଧିକାରୀକ ଭାବେ ସାଣ୍ଟନରଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷ ଏବଂ ଜାନୁଆରୀ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ଏବଂ ଦିନିକିଆ ସିରିଜରୁ ଆରମ୍ଭ ହେବ। ଏହି ଦୁଇ ସିରିଜରୁ ନ୍ୟୁଜିଲାଣ୍ଡ ଦଳ ପାଇଁ ନୂଆ ସମୟ ଆରମ୍ଭ ହେବ।

ସାଣ୍ଟନର କହିଛନ୍ତି ଯେ, ଏହା ସ୍ପଷ୍ଟ ଭାବେ ବହୁତ ବଡ଼ ସମ୍ମାନ ଏବଂ ବଡ଼ ଅଧିକାରର ବିଷୟ ଯେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଯେତେବେଳେ ଆପଣ ଜଣେ ଯୁବ କ୍ରିକେଟର ହୋଇଥାନ୍ତି ସେତେବେଳେ ଦେଶ ପାଇଁ ଖେଳିବା ସ୍ବପ୍ନ ଦେଖିଥାନ୍ତି। ଏମିତିରେ ଦେଶର ନେତୃତ୍ୱ ନେବା ବଡ଼ କଥା।

ସୀମିତ ଓଭର କ୍ରିକେଟରେ ସାଣ୍ଟନରଙ୍କ ୨୦୦୦ରୁ ଅଧିକ ରନ୍‌ ଏବଂ ୨୨୫ ଉଇକେଟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri