ବିଧାୟକ ପାଣ୍ଠିର ଅପବ୍ୟବହାର: ଜବରଦଖଲ କରିଥିବା ଘର ଉଚ୍ଛେଦ ଦାବି

ପଦ୍ମପୁର,୨୬.୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁରରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଓ ବିକାଶ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ ଜମି ଓ ସେଥିରେ ଜବରଦଖଲ କରି ବ୍ୟବହାର କରୁଥିବାରୁ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦ୍ମପୁର ନଗର ଭାଜପା ତରଫରୁ ଜିଲା ପ୍ରଶାସନଠାରେ ୪ ଦଫା ସମ୍ବଳିତ ଦାବି ପତ୍ର ମଙ୍ଗଳବାର ଅପରାହ୍ନ ୩ଟାରେ ପ୍ରଦାନ କରାଯାଇଛି।
ପଦ୍ମପୁର ଏନ୍‌ଏସି ଦ୍ବାରା ବିଜୁ ମାର୍କେଟ କମ୍ପ୍ଲେକ୍ସ ଓ ସେଥିରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। କିନ୍ତୁ ଏହା ସାଧାରଣ ଲୋକଙ୍କର ବ୍ୟବହାରରେ ଆସୁ ନଥିବା ବେଳେ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପକୁ ବିଜେଡିର ବ୍ୟବହାରରେ ଲଗାଇଥିବା, ବିନା ଟାଉନ ପ୍ଲାନିଂରେ ସରକାରୀ ଜମିରେ ଟ୍ରକ୍‌ ଆସୋସିଏଶନ ନାମରେ ଜମି ପ୍ରଦାନ କରି ସରକାରୀ ପାଣ୍ଠିରେ କୋଠା ତିଆରି କରିବା ଘଟଣାରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ରହିଥିଲେ ବି କ୍ଷମତାର ଅପବ୍ୟବହାର କରି ଉଚ୍ଛେଦ ମାମଲାକୁ ଚପାଇଦେବା, ବୋଡାସମ୍ବର ଫ୍ରି ଥିଙ୍କର ଆସୋସିଏଶନ ନାମରେ ୧୯୯୧-୨୦୦୦ରେ ତତ୍କାଳୀନ ବିଧାୟକ ପାଣ୍ଠିର ଅପବ୍ୟବହାର କରି ଖତା ୧୩୧୮ ପ୍ଲଟ ନଂ ୧୪୨୪ ଅନ୍ତର୍ଗତ ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ପଡ଼ିଆର ୨୦ ଡିସିମିଲ୍‌ ଜମିରେ ଘର ତିଆରି କରି ମାଡ଼ି ବସିଥିବା ଓ ଏଥେଲେଟିକ ଆସୋସିଏଶନର ଅଶୋକ ପଡ଼ିଆରେ ଥିବା ଖେଲାଲିଙ୍କ ବିଶ୍ରାମ ଗୃହକୁ ଅନାଧିକାର ଭାବରେ ଜବରଦଖଲ କରି ଅପବ୍ୟବହାର କରୁଥିବା ଦର୍ଶାଇ ପଦ୍ମପୁର ଏଡିଏମ୍‌ କୁନାଲ ମୋତିରାମ ଚୌହୱାନଙ୍କଠାରେ ପଦ୍ମପୁର ଭାଜପା ଯୁବନେତା ପ୍ରିତେଶ ବହିଦାର,ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ବରିଷ୍ଠ ନେତା ସୁବାସ ପାତ୍ର, ସରୋଜ ମିଶ୍ର, କାଉଲସିଲର କୁନାଲ ପାଣିଗ୍ରାହୀ, ଆଇନଜୀବୀ ହରି ସିଂ, ଆଦିତ୍ୟ ରଥ, ରଞ୍ଜୁ ସେଠ, ଜୋସ୍ନାରାଣୀ କର, ନରୋତମ ପଧାନ, ପ୍ରତାପ ନାଥ, ରାଜେଶ ଗୁର୍ଲ୍ଲା, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦୀନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ଅନିଲ ଗୁର୍ଲ୍ଲା, ୱାରିସ ରାଜା, ଉଦ୍ଧବ ଡୁଙ୍ଗରି, ଶଙ୍କର ରାଉତ, ମୁକେଶ ସେଠ, ନବ କଣ୍ଟା, ହରେଶ ସାଣ୍ଢଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧ୍ୟ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ଦଳର ବରିଷ୍ଠ ନେତା କରୁଛନ୍ତି ଘନଘନ ବୈଠକ

ପାଟ୍‌ନା,୩୦ା୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ବିଧାନସଭା ପରିଷଦରୁ ଇସ୍ତଫା ଦେବାର ସମ୍ଭାବନାକୁ ନେଇ ସୋମବାର ରାଜନୈତିକ ବାତାବରଣ ବେଶ୍‌ ସରଗରମ ରହିଛି। ଦଳର ବରିଷ୍ଠ…

ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ନୂଆ ବୟାନ ଜାରି କଲେ ମୋଜତାବା ଖାମେନେଇ; ଜାଣନ୍ତୁ ସେ କାହାକୁ ଦେଲେ ଧନ୍ୟବାଦ

ତେହରାନ୍‌,୩୦।୩: ଏକ ଲିଖିତ ବାର୍ତ୍ତାରେ, ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ ପାଇଁ ଇରାକର ଜନସାଧାରଣଙ୍କ ପ୍ରତି…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

‘ପାକିସ୍ତାନ ଉପରେ ଆମେରିକା-ଇରାନର ଭରସା…,’ ବିବାଦ ମଧ୍ୟରେ ପାକିସ୍ତାନର ଆଶ୍ଚର୍ଯ୍ୟଜନକ ଦାବି

ଇସଲାମାବାଦ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ପାକିସ୍ତାନ କହିଛି ଯେ ଆମେରିକା ଏବଂ ଇରାନ ଉଭୟ ମଧ୍ୟସ୍ଥତା ଭାବରେ ଏହାର ଭୂମିକା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି।…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri