ବୁଝିଲେନି ସମ୍ପର୍କ: ଟାଙ୍ଗିଆରେ ହାଣି ବାପାଙ୍କୁ ମାରିଦେଲେ ପୁଅ

ଉମରକୋଟ,୨୮।୧୦(ସନ୍ତୋଷ ଶତପଥୀ): ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀଆ ବୃଦ୍ଧ ବାପାର ମୃତ୍ୟୁ ଘଟିଛି। ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମେରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ। ପୁଅ ବିଶ୍ୱନାଥ ରଜଗଣ୍ଡ ନିଜ ୮୦ବର୍ଷୀୟ ବୃଦ୍ଧ ବାପା ସାଧୁ ରଜ ଗଣ୍ଡଙ୍କୁ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଂଚାୟତ ଅଧୀନରେ ଥିବା ବଡ଼ବାସିନୀ ଗ୍ରାମର ସାଧୁ ରାଜଗଣ୍ଡ ବୟସ ୮୦ ବର୍ଷ, ଘରେ ଶୋଇଥିବା ସମୟରେ ପୁଅ ବିଶନାଥ ରାଜଗଣ୍ଡ ଏକ ଟାଙ୍ଗିଆରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘକୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ଏହି ସମୟରେ ବାପା ସାଧୁ ଚିତ୍କାର କରିବାରୁ ଘଟଣାସ୍ଥଳରୁ ପୁଅ ଫେରାର ହୋଇ ଯାଇଥିଲେ। ବାପାଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ(୩୦)ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସାଧୁ ରାଜଗଣ୍ଡଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଟିମ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ କରିନିଅନ୍ତୁ ଚେକ୍‌

ପୁରୀ,୮ା୩: ମହିଳା ଦିବସ ଅବସରରେ ରବିବାର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri