୧୦ ବର୍ଷ ପରେ ସ୍ବାମୀଙ୍କ ସହ ପରଦାକୁ ଫେରୁଛନ୍ତି ଜେନେଲିଆ

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ପ୍ରାୟ ଦଶ ବର୍ଷ ପରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଏକ ଫିଲ୍ମକୁ ଫେରିଛନ୍ତି। ଉଭୟ ‘ମିଷ୍ଟର ମମି’ରେ ନଜର ଆସିବେ। ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ‘ମିଷ୍ଟର ମମ୍ମି’ ହେଉଛି ଏକ କମେଡି ଡ୍ରାମା ଫିଲ୍ମ। ଏଥିରେ ପ୍ରଥମ କରି ରିତେଶଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଥମଥର ସେ ପ୍ରେଗ୍ନେଣ୍ଟ ବାପାର ଭୂମିକାରେ ଅଭିନୟ କରିବେ। ଏଥିସହ ଦୀର୍ଘ ଦିନ ପରେ ଏହି ଫିଲ୍ମ ଜରିଆରେ ରିତେଶ ଓ ଜେନେଲିଆଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଜେନେଲିଆ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ ଶେୟାର କରିଛନ୍ତି। ପୋଷ୍ଟରରେ ଉଭୟ ରିତେଶ ଏବଂ ଜେନେଲିଆ ଗର୍ଭବତୀ ଥିବା ଦେଖାଯାଉଛି। ଜେନେଲିଆ ହସୁଥିବାବେଳେ ରିତେଶ ବିରକ୍ତ ଦେଖାଯାଉଛନ୍ତି । ପ୍ରଥମ ଲୁକ ଶେୟାର୍‌ କରି ଜେନେଲିଆ ଲେଖିଛନ୍ତି – ଏକ ହସ କାହାଣୀ, ଯାହା ଆପଣ କେବେ ଦେଖି ନ ଥିବେ। ହୃଦୟ ସହିତ ପେଟ କାଟିବା ପର୍ଯ୍ୟନ୍ତ ହସିବାକୁ ପ୍ରସ୍ତୁତ ହୁଅ।
ଟି-ସିରିଜ ବ୍ୟାନରରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ କମେଡି, ଡ୍ରାମା, ଟ୍ବିଷ୍ଟ ଏବଂ ଇମୋସନ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ ଅଲ୍ଲି ଅଛନ୍ତି।

Share