ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି: ସମସ୍ତଙ୍କୁ ମିଳିବ ନାହିଁ ଗ୍ରେସ୍‌ ମାର୍କ, କେଉଁମାନଙ୍କୁ ମିଳିବ…

ଭୁବନେଶ୍ୱର,୨୭।୨: ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସିଏଚଏସଇ ସ୍ବୀକାର କରିଛି। ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ ଅଫ ସିଲାବସ ନୁହେଁ ବରଂ ଚଏସ୍‌ ଡେଫିସିଟ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ମାତ୍ର ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ ।
ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ ଡେଫିସିଟ ସମସ୍ୟା ରହିଛି । ପିଲାଙ୍କୁ ୧୯ ମାର୍କର ଗ୍ରେସ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ । କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରି ନ ଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକସ୍ପଷ୍ଟ କରିଛନ୍ତି । ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ ମାର୍କ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରାଯାଇଛି।