Categories: ଜାତୀୟ

ମିଶନ ପଶ୍ଚିମବଙ୍ଗ: ମେଗା ରାଲିରେ ଯୋଗଦେବେ ମୋଦି

କୋଲକାତା, ୩।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଏନେଇ ଭାଜପା ପକ୍ଷରୁ ଏକ ମେଗା ରାଲିର ଆୟୋଜନ କରାଯାଉଛି। ଶାସକ ତୃଣମୂଳ କଂଗ୍ରେସକୁ କ୍ଷମତା ଚ୍ୟୁତ କରିବା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଲି ହେବ। ମାର୍ଚ୍ଚ ୫ ଅବା ୭ରେ ରାଜ୍ୟର ବିଗ୍ରେଡ୍‌ ମଇଦାନରେ ରାଲି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ରାଲିର ତାରିଖ ଏବଂ ସମୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥିରେ ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ସାମିଲ କରିବା ଲାଗି ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି।

Share