Categories: ଫୁରସତ

ମହିଳା ମଡେଲଙ୍କ ଓଠ-ନାକକୁ ଖାଇ ଦେଇଥିଲା କୁକୁର, ନିଜ ସଂଘର୍ଷର କାହାଣୀ ବଖାଣିଲେ ମହିଳା

କାଲିଫର୍ନିଆର ଗୋଟିଏ ପିଟ୍‌ବୁଲ ଆକ୍ରମଣରେ ନିଜ ଓଠ ହରାଇଛନ୍ତି ଜଣେ ସୁନ୍ଦରୀ ମଡେଲ। ପିଟ୍‌ବୁଲ ତାଙ୍କ ଓଠର ଉପରି ଭାଗକୁ ଚୋବାଇ ଖାଇ ଦେଇଛି। ଏସବୁ ପରେ ବି ସେ ନିଜ କ୍ୟାରିୟରରେ ଓ ତାଙ୍କ ବ୍ୟକ୍ତିଗତ ଜୀବନରେ କିପରି ଭାଙ୍ଗି ପଡି ନାହାନ୍ତି ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। କାଲିଫର୍ନିଆର ବ୍ରୁକୋଲିନ କ୍ଷୈରି ନାମକ ମଡେଲଙ୍କୁ ୨୦୨୦ରେ ତାଙ୍କ ସମ୍ପର୍କୀୟଙ୍କ ପିଟ୍‌ବୁଲ୍‌ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ୨୪ବର୍ଷିୟ ବ୍ରୁଲୋନିଙ୍କୁ ତାଙ୍କ ଉପର ଓଠ ଓ ନାକ ହରାଇବାକୁ ପଡିଥିଲା। ଏ ସମ୍ପର୍କେ ପୋଷ୍ଟ କରି ସେ କହିଛନ୍ତି, ଘଟଣା ପରେ ସ୍ଥିତି ଏପରି ହୋଇଥିଲା କି, ସେ କେବଳ ଏକ କଣ୍ଢେଇ ପରି ମୁଣ୍ଡ ହଲାଉ ଥିଲେ। ସର୍ଜରୀ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କୁ ୩୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। କିନ୍ତୁ ଚିକିତ୍ସା ସତ୍ତ୍ୱେ ସେ ଠିକ୍‌ ହୋଇପାରି ନ ଥିଲେ। ସେହି ସମୟେ ମୋ ସହ ମୋ ପରିବାର, ବନ୍ଧୁ ସମସ୍ତେ ଉପସ୍ଥିତ ଥିଲେ। ସେତେବେଳେ ଜାଣିବାକୁ ପାଇଥିଲି ନିଜ ସୁନ୍ଦରତା ଛଡା ଦୁନିଆରେ ଆହୁରି ବହୁ ଜିନିଷ ସୁନ୍ଦର ଅଟେ। ପରିସ୍ଥିତିକୁ ଆପଣାଇବାକୁ ପଡିବ। ନିଜକୁ ସବୁ ପରିସ୍ଥିତିରେ ସ୍ବୀକାର କରିବାକୁ ପଡିବ।
ଘଟଣା ଘଟିବାର ଦୀର୍ଘ ଦିନ ଧରି ମୁଁ ଦର୍ପଣରେ ମୁହଁ ଦେଖୁ ନ ଥିଲି। କିନ୍ତୁ ଯେତେବେଳେ ଦେଖିଲି ନିଜକୁ ଏକ କଙ୍କାଳ ଭାବରେ ପରିଗଣିତ ହୋଇଥିବା ଜାଣିବାକୁ ପାଇଲି। ଚିକିତ୍ସାବଳେ ମୋ ଡାକ୍ତର ମୋତେ ଗୋଟିଏ ଆର୍ଟ ପ୍ରୋଜେକ୍ଟ ଭାବରେ ରୂପ ଦେଇଥିଲେ। ଏହା କରିବା ସହଜ ନ ଥିଲା। ଏକ କଷ୍ଟଭରା ପ୍ରକ୍ରିୟାରେ ସର୍ଜନ ଜଣକ ମୋ ନାକ ସଜାଡିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।

ଭାବୁକ ହୋଇ ସେ ଆହୁରି କହିଛନ୍ତି, ଆମ ସହ ଯାହା ଘଟେ, ସେହି ସମୟରେ ଆମେ ବୁଝି ପାରି ନ ଥାଉ। ଏହା କାହିଁକି ହୁଏ , ଆମରି ସହ କାହିଁକି ହେଲା ଏପରି କଳ୍ପନାରେ ହଜିଯାଉ। କିନ୍ତୁ ଏହିସବୁ ପ୍ରକ୍ରିୟାରେ ଆମକୁ ଧୌର୍ଯ୍ୟ ଧରି ରହିବା ଶିଖାଇଥାଏ। ଜୀବନରେ ଯେଉଁ ଜିନିଷ ଅସମ୍ଭବ ପ୍ରତୀତ ହେଉଛି ସେଥିରେ ବିଶ୍ୱାସ ରଖି ଆଗକୁ ବଢିବାକୁ ପଡିବ।

Share