Posted inଫୁରସତ

ମହିଳା ମଡେଲଙ୍କ ଓଠ-ନାକକୁ ଖାଇ ଦେଇଥିଲା କୁକୁର, ନିଜ ସଂଘର୍ଷର କାହାଣୀ ବଖାଣିଲେ ମହିଳା

କାଲିଫର୍ନିଆର ଗୋଟିଏ ପିଟ୍‌ବୁଲ ଆକ୍ରମଣରେ ନିଜ ଓଠ ହରାଇଛନ୍ତି ଜଣେ ସୁନ୍ଦରୀ ମଡେଲ। ପିଟ୍‌ବୁଲ ତାଙ୍କ ଓଠର ଉପରି ଭାଗକୁ ଚୋବାଇ ଖାଇ ଦେଇଛି। ଏସବୁ ପରେ ବି ସେ ନିଜ କ୍ୟାରିୟରରେ ଓ ତାଙ୍କ ବ୍ୟକ୍ତିଗତ ଜୀବନରେ କିପରି ଭାଙ୍ଗି ପଡି ନାହାନ୍ତି ସେନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। କାଲିଫର୍ନିଆର ବ୍ରୁକୋଲିନ କ୍ଷୈରି ନାମକ ମଡେଲଙ୍କୁ ୨୦୨୦ରେ ତାଙ୍କ ସମ୍ପର୍କୀୟଙ୍କ ପିଟ୍‌ବୁଲ୍‌ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ୨୪ବର୍ଷିୟ ବ୍ରୁଲୋନିଙ୍କୁ ତାଙ୍କ ଉପର ଓଠ ଓ ନାକ ହରାଇବାକୁ ପଡିଥିଲା। ଏ ସମ୍ପର୍କେ ପୋଷ୍ଟ କରି ସେ କହିଛନ୍ତି, ଘଟଣା ପରେ ସ୍ଥିତି ଏପରି ହୋଇଥିଲା କି, ସେ କେବଳ ଏକ କଣ୍ଢେଇ ପରି ମୁଣ୍ଡ ହଲାଉ ଥିଲେ। ସର୍ଜରୀ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କୁ ୩୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। କିନ୍ତୁ ଚିକିତ୍ସା ସତ୍ତ୍ୱେ ସେ ଠିକ୍‌ ହୋଇପାରି ନ ଥିଲେ। ସେହି ସମୟେ ମୋ ସହ ମୋ ପରିବାର, ବନ୍ଧୁ ସମସ୍ତେ ଉପସ୍ଥିତ ଥିଲେ। ସେତେବେଳେ ଜାଣିବାକୁ ପାଇଥିଲି ନିଜ ସୁନ୍ଦରତା ଛଡା ଦୁନିଆରେ ଆହୁରି ବହୁ ଜିନିଷ ସୁନ୍ଦର ଅଟେ। ପରିସ୍ଥିତିକୁ ଆପଣାଇବାକୁ ପଡିବ। ନିଜକୁ ସବୁ ପରିସ୍ଥିତିରେ ସ୍ବୀକାର କରିବାକୁ ପଡିବ।
ଘଟଣା ଘଟିବାର ଦୀର୍ଘ ଦିନ ଧରି ମୁଁ ଦର୍ପଣରେ ମୁହଁ ଦେଖୁ ନ ଥିଲି। କିନ୍ତୁ ଯେତେବେଳେ ଦେଖିଲି ନିଜକୁ ଏକ କଙ୍କାଳ ଭାବରେ ପରିଗଣିତ ହୋଇଥିବା ଜାଣିବାକୁ ପାଇଲି। ଚିକିତ୍ସାବଳେ ମୋ ଡାକ୍ତର ମୋତେ ଗୋଟିଏ ଆର୍ଟ ପ୍ରୋଜେକ୍ଟ ଭାବରେ ରୂପ ଦେଇଥିଲେ। ଏହା କରିବା ସହଜ ନ ଥିଲା। ଏକ କଷ୍ଟଭରା ପ୍ରକ୍ରିୟାରେ ସର୍ଜନ ଜଣକ ମୋ ନାକ ସଜାଡିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।

ଭାବୁକ ହୋଇ ସେ ଆହୁରି କହିଛନ୍ତି, ଆମ ସହ ଯାହା ଘଟେ, ସେହି ସମୟରେ ଆମେ ବୁଝି ପାରି ନ ଥାଉ। ଏହା କାହିଁକି ହୁଏ , ଆମରି ସହ କାହିଁକି ହେଲା ଏପରି କଳ୍ପନାରେ ହଜିଯାଉ। କିନ୍ତୁ ଏହିସବୁ ପ୍ରକ୍ରିୟାରେ ଆମକୁ ଧୌର୍ଯ୍ୟ ଧରି ରହିବା ଶିଖାଇଥାଏ। ଜୀବନରେ ଯେଉଁ ଜିନିଷ ଅସମ୍ଭବ ପ୍ରତୀତ ହେଉଛି ସେଥିରେ ବିଶ୍ୱାସ ରଖି ଆଗକୁ ବଢିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri