Posted inଜାତୀୟ

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଭାଜପା ଦକ୍ଷିଣ ଭାରତରେ ନିଜର ସ୍ଥିତି ସୁଦୃଢ଼ କରିବା ଧାରା ଜାରି ରଖିଛି। ୨୦୨୪ର ଲୋକ ସଭା ନିର୍ବାଚନରେ ଏହା ଦକ୍ଷିଣ ଭାରତ ରାଜ୍ୟରେ ୨୦୧୯ରେ ପଶ୍ଚିମବଙ୍ଗ କରିଥିବା ନିଜର ପ୍ରଦର୍ଶନର ପୁନରାବୃତ୍ତି କରିବା ପାଇଁ ଭାଜପା ପକ୍ଷରୁ ସ୍ବତନ୍ତ ଯୋଜନା ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭାଜପାର ଶୀର୍ଷ ନେତୃତ୍ୱ ଦକ୍ଷିଣ ଭାରତକୁ ଟାର୍ଗେଟ କରିଥିଲେ।

୨୦୧୯ ଲୋକସଭା ନିର୍ବାଚନରେ କର୍ନାଟକକୁ ଛାଡ଼ି ଦକ୍ଷିଣ ଭାରତର ୪ ରାଜ୍ୟର ୧୦୧ ଆସନ ମଧ୍ୟରୁ ଭାଜପା ମାତ୍ର ୪ ଆସନ ହାତେଇଥିଲା। ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦକ୍ଷିଣ ରାଜ୍ୟରୁ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ଦ୍ୱାରା ଦଳର ରାଜନୀତି ସ୍ପଷ୍ଟ ହୋଇଛି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଭାଜପା କ୍ରମାଗତ ପ୍ରମୁଖ ବିଜୟ ରେକର୍ଡ କରିଛି। ଦଳ ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ବଢ଼ାଇବାକୁ ଚେଷ୍ଟା କରୁଛି, ଯାହାଫଳରେ ଏହାର ଆସନ ସଂଖ୍ୟାରେ କୌଣସି ହ୍ରାସ ଏହାର ଜାତୀୟ ଅଭିଳାଷକୁ ପ୍ରଭାବିତ କରିବ ନାହିଁ। ଏହା ପଶ୍ଚିମବଙ୍ଗ ଏବଂ ଓଡିଶା ପରି ପୂର୍ବ ରାଜ୍ୟରେ ଭାଜପା ନୂତନ ସ୍ଥିତିି ସୃଷ୍ଟି କରିଥିଲା ଏବଂ ସମଗ୍ର ଉତ୍ତର-ପୂର୍ବରେ ସବୁଠାରୁ ବଡ ଶକ୍ତି ଭାବରେ ଉଭା ହୋଇଥିଲା, କିନ୍ତୁ ଏହାର ପ୍ରୟାସ ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ।

ତେବେ କର୍ନାଟକ ଭାଜପାର ଏକ ଗଡ଼ ହୋଇ ରହିଆସିଛି ଏବଂ ତେଣୁ ଲୋକ ସଭା ନିର୍ବାଚନରେ ଦଳ ଦକ୍ଷିଣ ରାଜ୍ୟ ଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଏବଂ ତାମିଲନାଡୁ ଆଦି ୪ ରାଜ୍ୟ ଉପରେ ଅଧିକ ଧ୍ୟାନ ଦେଉଛି। ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ତାମିଲନାଡୁର ଏଆଇଏଡିଏମକେ ଭଳି ପାରମ୍ପାରିକ ଭାବରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଦୁର୍ବଳ ହୋଇଥିବାରୁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏବଂ ଡିଏମକେ ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ସଂଘର୍ଷ କରୁଛନ୍ତି।

ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସ ମଧ୍ୟ ନିଜକୁ ଜାତୀୟ ବିକଳ୍ପ ଭାବରେ ଉପସ୍ଥାପନ କରିବାର ସ୍ଥିତିରେ ନାହିଁ, ଯାହା ଭାଜପା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ତେବେ ବାମପନ୍ଥୀ ଶାସିତ କେରଳ ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ସେଠାରେ ୪୫ ପ୍ରତିଶତ ଜନସଂଖ୍ୟା ସଂଖ୍ୟାଲଘୁ। ଗତଥର ଦଳ କର୍ନାଟକରେ ନିଜର ବିଜୟ ପତାକା ଉତ୍ତୋଳନ କରିବାରେ ବିଫଳ ହୋଇଥିଲେ। ୨୦୦୮ରେ ପ୍ରଥମ ଥର ପାଇଁ କର୍ନାଟକରେ ଦଳ କ୍ଷମତାକୁ ଆସିଥିଲା। ଅଧିକାଂଶ ଭାରତୀୟ ରାଜ୍ୟ ତୁଳନାରେ ଦକ୍ଷିଣ-ରାଜ୍ୟ ସାମାଜିକ-ଅଥନୈତିକ ସୂଚକାଙ୍କରେ ଉନ୍ନତ ଏବଂ ତେଣୁ ଭାଜପାର କଲ୍ୟାଣ ମଡେଲକୁ ଏଠାରେ ଲୋକ କମ ଗ୍ରହଣ କରନ୍ତି ଏବଂ ହିନ୍ଦୁତ୍ୱର ଦ୍ୱିତୀୟ ପ୍ରସଙ୍ଗ ଅନ୍ୟ ଅଞ୍ଚଳ ପରି ଏଠାରେ ପ୍ରଭାବଶାଳୀ ଭାବରେ କାମ କରେ ନାହିଁ। ତେଲେଙ୍ଗାନାରେ ଭାଜପା ମଧ୍ୟ ଏହାର ଆଧାରରେ ଉନ୍ନତି ଆଣିଛି। ୨୦୧୮ ନିର୍ବାଚନରେ ଏହା କେବଳ ଗୋଟିଏ ବିଧାନସଭା ଆସନ ଜିତିଥିବାବେଳେ ଗତ ଲୋକ ସଭା ନିର୍ବାଚନରେ ଏହା ୧୭ ଟି ସିଟ ମଧ୍ୟରୁ ଚାରିଟି ଜିତିବା ସହିତ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଏକ ଚ୍ୟାଲେଞ୍ଜର ସୃଷ୍ଟି କରିଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦକ୍ଷିଣ ଭାରତରେ ଦଳର ସ୍ଥିତିରେ ଉନ୍ନତି ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri