୨ବର୍ଷରେ ସରିପାରିଲାନି ଖଇରା ମିଶନଶକ୍ତି ଭବନ

ଖଇରା,୧୩।୭(ଉତ୍କଳବନ୍ଧୁ ପଣ୍ଡା)ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କୁ ରୋଜଗାର ପନ୍ଥା ଯୋଗାଇଦେବା ସହ ସେମାନଙ୍କୁ ରାଜ୍ୟ ପ୍ରଗତିରେ ଅଂଶୀଦାର ଭାବେ ବିବେଚିତ କରାଯାଇ ସେମାନଙ୍କ ପାଇଁ ସରକାର ବଜେଟରେ ମୋଟା ଅଙ୍କର ଅର୍ଥ ବ୍ୟୟବରାଦ କରୁଛନ୍ତି। ମହିଳା ଗୋଷ୍ଠୀର ବୈଠକ, ଆଗାମୀ କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତି ପାଇଁ ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଗୃହ ନିର୍ମାଣ ପାଇଁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରୀ ଏହାକୁ ଗୁରୁତର ସହ ନେଉ ନ ଥିବାରୁ ସରକାରଙ୍କ ଏଭଳି ମିଶନ ଅଧିକାଂଶ ସ୍ଥାନରେ ଫେଲ୍‌ ହେବାକୁ ବସିଲାଣି ା ଏହି ଫେଲ୍‌ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଯାଇଛି ଖଇରାରେ ନିର୍ମାଣାଧୀନ ମିଶନଶକ୍ତି ଭବନ। ତୁରନ୍ତ ଉକ୍ତ ଭବନ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ପଞ୍ଚାୟତର ଥିବା ମହାସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି ା
ବିଭିନ୍ନ ମହିଳା ଗୋଷ୍ଠୀଙ୍କ କର୍ମକୁଶଳତା ତଥା ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ଏକ ଗୃହର ଆବଶ୍ୟକତା ପଡିବା ପରେ ଖଇରା ବ୍ଲକ ପରିସରରେ ଏକ ଭବନ ନିର୍ମାଣ ପାଇଁ ପାଖାପାଖି ୩୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ୨୦୨୧ ଅକ୍ଟୋବର ୨୧ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ନିର୍ମାଣର ଅବଧି ୯ମାସ ଥିବା ବେଳେ ଏହା ୨୦୨୨ ଜୁନ୍‌ କିମ୍ବା ଜୁଲାଇରେ ଶେଷ ହେବା କଥା। ହେଲେ ବିଡମ୍ବନାର ବିଷୟ ଯେ, ଏ ପର୍ଯ୍ୟନ୍ତ ୪୦ ପ୍ରତିଶତ କାମସରିନାହିଁ ା ଏଣୁ ଭବନ ସମ୍ପୂର୍ଣ୍ଣ ହେବାକୁ ନେଇ ଶହ ଶହ ମହିଳା ଗୋଷ୍ଠୀ ସନ୍ଦିହାନ ହୋଇପଡିଛନ୍ତି। ଏପରିକି ଠିକାଦାର ଘର ନିର୍ମାଣ ପାଇଁ ଆଣିଥିବା ସିମେଣ୍ଟକୁ ବେପରୁଆ ଢଙ୍ଗରେ ନିକଟସ୍ଥ କୃଷି କାର୍ଯ୍ୟାଳୟରେ ଫୋପାଡି ଚାଲିଯାଇଥିବା ବେଳେ ତେବେ ସରକାରୀ କା ମାଲ ଭଳି ଏଗୁଡିକ ପଥର ପାଲଟିଗଲାଣି ା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି ବେପରୁଆ କାର୍ଯ୍ୟ ପ୍ରତି କୌଣସି ଅଧିକାରୀଙ୍କ ନିଘା ନ ଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ବୈଠକରେ ଆଲୋଚନା ହେଉଥିଲେ ଯନ୍ତ୍ରୀ କି ଠିକାଦାର ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି ା
ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ପଚରାଯିବାରୁ କିଛି ସମସ୍ୟା ପାଇଁ ଠିକାଦାର କାର୍ଯ୍ୟ ବନ୍ଦ ରଖିଥିଲେ। ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri