୨ବର୍ଷରେ ସରିପାରିଲାନି ଖଇରା ମିଶନଶକ୍ତି ଭବନ

ଖଇରା,୧୩।୭(ଉତ୍କଳବନ୍ଧୁ ପଣ୍ଡା)ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କୁ ରୋଜଗାର ପନ୍ଥା ଯୋଗାଇଦେବା ସହ ସେମାନଙ୍କୁ ରାଜ୍ୟ ପ୍ରଗତିରେ ଅଂଶୀଦାର ଭାବେ ବିବେଚିତ କରାଯାଇ ସେମାନଙ୍କ ପାଇଁ ସରକାର ବଜେଟରେ ମୋଟା ଅଙ୍କର ଅର୍ଥ ବ୍ୟୟବରାଦ କରୁଛନ୍ତି। ମହିଳା ଗୋଷ୍ଠୀର ବୈଠକ, ଆଗାମୀ କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତି ପାଇଁ ଆବଶ୍ୟକତା ଦୃଷ୍ଟିରୁ ସ୍ବତନ୍ତ୍ର ଗୃହ ନିର୍ମାଣ ପାଇଁ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରୀ ଏହାକୁ ଗୁରୁତର ସହ ନେଉ ନ ଥିବାରୁ ସରକାରଙ୍କ ଏଭଳି ମିଶନ ଅଧିକାଂଶ ସ୍ଥାନରେ ଫେଲ୍‌ ହେବାକୁ ବସିଲାଣି ା ଏହି ଫେଲ୍‌ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଯାଇଛି ଖଇରାରେ ନିର୍ମାଣାଧୀନ ମିଶନଶକ୍ତି ଭବନ। ତୁରନ୍ତ ଉକ୍ତ ଭବନ ନିର୍ମାଣକୁ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ପଞ୍ଚାୟତର ଥିବା ମହାସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି ା
ବିଭିନ୍ନ ମହିଳା ଗୋଷ୍ଠୀଙ୍କ କର୍ମକୁଶଳତା ତଥା ସେମାନଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ଏକ ଗୃହର ଆବଶ୍ୟକତା ପଡିବା ପରେ ଖଇରା ବ୍ଲକ ପରିସରରେ ଏକ ଭବନ ନିର୍ମାଣ ପାଇଁ ପାଖାପାଖି ୩୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ୨୦୨୧ ଅକ୍ଟୋବର ୨୧ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ନିର୍ମାଣର ଅବଧି ୯ମାସ ଥିବା ବେଳେ ଏହା ୨୦୨୨ ଜୁନ୍‌ କିମ୍ବା ଜୁଲାଇରେ ଶେଷ ହେବା କଥା। ହେଲେ ବିଡମ୍ବନାର ବିଷୟ ଯେ, ଏ ପର୍ଯ୍ୟନ୍ତ ୪୦ ପ୍ରତିଶତ କାମସରିନାହିଁ ା ଏଣୁ ଭବନ ସମ୍ପୂର୍ଣ୍ଣ ହେବାକୁ ନେଇ ଶହ ଶହ ମହିଳା ଗୋଷ୍ଠୀ ସନ୍ଦିହାନ ହୋଇପଡିଛନ୍ତି। ଏପରିକି ଠିକାଦାର ଘର ନିର୍ମାଣ ପାଇଁ ଆଣିଥିବା ସିମେଣ୍ଟକୁ ବେପରୁଆ ଢଙ୍ଗରେ ନିକଟସ୍ଥ କୃଷି କାର୍ଯ୍ୟାଳୟରେ ଫୋପାଡି ଚାଲିଯାଇଥିବା ବେଳେ ତେବେ ସରକାରୀ କା ମାଲ ଭଳି ଏଗୁଡିକ ପଥର ପାଲଟିଗଲାଣି ା ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଏହି ବେପରୁଆ କାର୍ଯ୍ୟ ପ୍ରତି କୌଣସି ଅଧିକାରୀଙ୍କ ନିଘା ନ ଥିବା ଅଭିଯୋଗ ହୋଇଛି। ଏନେଇ ବିଭିନ୍ନ ବୈଠକରେ ଆଲୋଚନା ହେଉଥିଲେ ଯନ୍ତ୍ରୀ କି ଠିକାଦାର ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି ା
ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ପଚରାଯିବାରୁ କିଛି ସମସ୍ୟା ପାଇଁ ଠିକାଦାର କାର୍ଯ୍ୟ ବନ୍ଦ ରଖିଥିଲେ। ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri