Posted inଜାତୀୟ

ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…

ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ ଯେଉଁଠାରେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ପରାଜିତ ହୋଇଥିଲା ସେଠାରେ ନିଜର ଉପସ୍ଥିତିକୁ ମଜବୁତ କରିବା ଲାଗି ସ୍ବତନ୍ତ୍ର ପ୍ଳାନ୍‌ ପ୍ରସ୍ତୁତ କରାଯାଇଛି। ସଂଗଠନର ସାଧାରଣ ସମ୍ପାଦକ ବି.ଏଲ ସନ୍ତୋଷ ଏହି ଯୋଜନା ଉପରେ ଏକ ଉପସ୍ଥାପନା କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ଏକ ଜନସମ୍ପର୍କ ଅଭିଯାନ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଦଳ ଏହି ୧୪୪ ଲୋକସଭା ଆସନ ଏବଂ ସେମାନଙ୍କ ଅଧୀନରେ ଥିବା ବିଧାନସଭା ଆସନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ଭାଜପା ଅନୁଯାୟୀ ଦଳ ଏହି ଆସନଗୁଡ଼ିକରେ ବୁଥକୁ ମଜବୁତ କରିବ। ଆସନ୍ତା ୧୮ ମାସ ମଧ୍ୟରେ ଏହି ଆସନରେ କାମ କରିବାକୁ ଭାଜପା ତିନି ସ୍ତରର ନେତାଙ୍କୁ ନିୟୋଜିତ କରିବ। ପ୍ରଥମେ ଜାତୀୟ ନେତୃବୃନ୍ଦଙ୍କୁ ନେଇ ଏକ କେନ୍ଦ୍ରୀୟ କମିଟି ଗଠନ ହେବ ଯେଉଁମାନେ ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିବେ।

ଦ୍ୱିତୀୟରେ, ରାଜ୍ୟ କମିଟି ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବ। ତୃତୀୟରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ଏକ କ୍ଲଷ୍ଟର କମିଟି କାର୍ଯ୍ୟକଳାପର ତଦାରଖ କରି କେନ୍ଦ୍ରୀୟ ଏବଂ ରାଜ୍ୟ କମିଟି ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସିଧାସଳଖ ଜଡିତ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ପ୍ରଭାରୀ ପ୍ରତି ୧୫ ଦିନରେ ପ୍ରତ୍ୟେକ ଲୋକସଭା ଆସନରେ ଗୋଟିଏ ରାତି ବିତାଇବେ। ପ୍ରତ୍ୟେକ ଲୋକସଭାର ଦାୟିତ୍ୱରେ ଥିବା ପ୍ରଭାରୀ ପ୍ରଥମ ଦୁଇ ମାସରେ ଲୋକସଭା ଆସନ ଅନ୍ତର୍ଗତ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ରାତି ବିତାଇବେ। ଜାତି, ଦଳର ସପକ୍ଷରେ ତଥା ବିରୋଧର ଭିତ୍ତିରେ ତଥ୍ୟ ପ୍ରସ୍ତୁତ କରିବା ଲୋକ ସଭା ଟିମ୍‌ର ଦାୟିତ୍ୱ ହେବ। ଦୁର୍ବଳ ବିଧାନସଭା ନିର୍ବାଚନମଣ୍ଡଳୀ, ନିର୍ବାଚନ ପୂର୍ବାନୁମାନ ଏବଂ ଜାତି ସମୀକରଣକୁ ଆଧାର କରି ଏକ ଡୋଜିିୟର ପ୍ରସ୍ତୁତ କରାଯିବ। ଏହି ୧୪୪ଟି ଆସନ ପାଇଁ ଦଳର ପ୍ରାର୍ଥୀଙ୍କ ଉପରେ ମଧ୍ୟ ନଜର ରଖାଯିବ। ବିରୋଧୀ ଶାସିତ ରାଜ୍ୟଗୁଡ଼ିକର ନିର୍ବାଚନମଣ୍ଡଳୀରେ ଦଳ ପ୍ରତି ମାସରେ ଅଭିଯାନ ଯୋଜନା ପ୍ରସ୍ତୁତ କରିଛି।

ପ୍ରତ୍ୟେକ ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ମିଡ଼ିଆ ପ୍ରଭାରୀ ନିଯୁକ୍ତ ହେବେ। ଭାଜପା ବିରୋଧରେ ଥିବା ସ୍ଥାନୀୟ ମିଡିଆ ହାଉସକୁ ମନାଇବା ପାଇଁ ସେ କାର୍ଯ୍ୟ କରିବେ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସୋସିଆଲ ମିଡିଆ ଦଳକୁ ଏହି ୧୪୪ ଟି ଲୋକସଭା ଆସନରେ ପ୍ରତିଟିରେ ଅତି କମରେ ୫୦ ହଜାର ଫଲୋୟର୍ସ ବୃଦ୍ଧି କରିବାର ଲକ୍ଷ୍ୟ ଦିଆଯିବ। ବିଭିନ୍ନ ସ୍ତରରେ ଯୁବକ, ହିତାଧିକାରୀ, ମହିଳା, ସଶସ୍ତ୍ର ବାହିନୀର ଲୋକ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ତରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ସେଲଫି ଅପଲୋଡ କରିବାକୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ କୁହାଯାଇଛି। ଏହି ବିସ୍ତୃତ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଜୁନ ଠାରୁ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ପରେ ମୂଲ୍ୟାଙ୍କନ କରାଯିବ। ସେହି ଅନୁଯାୟୀ, ପରବର୍ତ୍ତୀ ପର୍ଯ୍ୟାୟ ନେଇ ଯୋଜନା ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri