Categories: ଫୁରସତ

ହଜିଲା ପୁଅ ମିଳିଲା

ଅମୃତସର: ନଅବର୍ଷର ଅପେକ୍ଷା। ନା କିଛି କହିପାରନ୍ତି ନା କିଛି ଶୁଣି ପାରନ୍ତି। କିନ୍ତୁ ଆଖି ସବୁବେଳେ ଖୋଜୁଥାଏ ଆପଣାର ଲୋକଙ୍କୁ। ଶେଷରେ ଘର ଲୋକଙ୍କୁ ଫେରି ପାଇଛନ୍ତି ଅବଦୁଲ୍‌। ଅବଦୁଲ୍‌ଙ୍କ ଘର ଉତ୍ତରପ୍ରଦେଶର ଫାରୁଖାବାଦରେ। ୨୦୧୧ ମସିହାରେ ସେ ପଞ୍ଜାବର ଫତେହଗଡ଼ ସାହିବରେ ହେଉଥିବା ଉର୍ସ ଉତ୍ସବ ଦେଖିବାକୁ ଯାଇ ସେଠାରେ ଭିଡ଼ ଭିତରେ ହଜିଯାଇଥିଲେ। ସେହିଠାରେ ତାଙ୍କୁ ପାଇ ଘରକୁ ନେଇ ଆସିଥିଲେ ପଞ୍ଜାବର ଗୁରୁନାମ ସିଂହ। ବହୁ ପଚାରିବା ପରେ ଗୁରୁନାମ ଜାଣି ପାରିଥିଲେ ଯେ, ଅବଦୁଲ୍‌ ଜଣେ ମୁସଲମାନ ଓ ସେ ତାଙ୍କ ନାଁ ସହିତ ମା’ଙ୍କ ନାଁ ମଧ୍ୟ ଲେଖି ଜଣାଇଥିଲେ। ସେ କିଛି କହିପାରୁ ନ ଥିଲେ କି ଶୁଣି ପାରୁ ନ ଥିଲେ। ତେବେ ଗୁରୁନାମ ଆଖପାଖରେ ଥିବା ବିଭିନ୍ନ ମୁସଲିମ୍‌ ପରିବାରରେ ପଚରାଉଚରା କରି ଅବଦୁଲ୍‌ଙ୍କ ଘର ଓ ପରିବାର ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜାଣିପାରି ନ ଥିଲେ। ତେଣୁ ତାଙ୍କୁ ଘରେ ନିଜ ପିଲାଭଳି ପାଳନ କରିବା ସହ ସ୍କୁଲରେ ମଧ୍ୟ ନାଁ ଲେଖାଇଥିଲେ। ବଡ଼ ହେବା ପରେ ଅବଦୁଲ୍‌ ଯେତେବେଳେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ, ସେତେବେଳେ ସେ ଫେସବୁକ୍‌ରେ ନିଜ ପିଲାବେଳର ଫଟୋ ପକାଇଥିଲେ। ଆଉ ଏହି ଫଟୋକୁ ଦେଖି ତାଙ୍କର ଜଣେ ପିଲାବେଳର ବନ୍ଧୁ ତାଙ୍କୁ ଚିହ୍ନି ପାରିଥିଲେ। ଫଳରେ ସେ ତାଙ୍କ ସହ ଯୋଗାଯୋଗ କରି ପରିବାରକୁ ଫେରାଇ ଆଣିପାରିଛନ୍ତି।

Share