ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ ପାଲକାଙ୍କ ମୃତ ଦେହ ପଦ୍ମପୁର ବ୍ଲକର ବିଚିକୋଟ ଗ୍ରାମ ନିକଟସ୍ଥ ବଂଶଧାରା ନଦୀରୁ ଠାବ ହୋଇଛି। ମେରିଆପାଙ୍ଗା ଗ୍ରାମ ନିକଟସ୍ଥ ସାନ ନଦୀରେ ସ୍ନାନ କରିବାକୁ ଯାଇଥିବାବେଳେ ସେ ନଦୀରେ ଭାସି ଯାଇଥିଲେ। ପରିବାର ବର୍ଗ ଓ ଗ୍ରାମବାସୀ ଖୋଜାଖୋଜି ଜାରି ରଖିଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ମୃତ ଦେହ ଠାବ କରିଛନ୍ତି ଗ୍ରାମବାସୀ। ଖବର ପାଇ ଗୁଡାରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶବ ବ୍ୟବଛେଦ ନିମନ୍ତେ ମୃତଶରୀର ଗୁଣୁପୁର ପଠାଯିବ। ବର୍ତ୍ତମାନ ମେରିଆପାଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily

 

Share