ହଷ୍ଟେଲରୁ ନିଖୋଜ ୫ମ ଶ୍ରେଣୀ ଛାତ୍ରଙ୍କ ମିଳୁନି ପତ୍ତା

ବଡ଼ବିଲ,୧୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାରସ୍ଥିତ ନୋଡାଲ ସ୍କୁଲ ପରିସରରେ ଥିବା ଅର୍ବାନ ଡେପ୍ରାଭ୍‌ଡ ହଷ୍ଟେଲରୁ ଜଣେ ପଞ୍ଚମ ଶ୍ରେଣୀଛାତ୍ର ଗତ ୯ ତାରିଖ ସକାଳୁ ନିଖୋଜ ହୋଇଯାଇଛନ୍ତି। ନୋଡାଲ ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତ ୧୩ ତାରିଖ ରାତିରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୪୫/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ନିଖୋଜ ଛାତ୍ରଙ୍କ ପତ୍ତା ମିଳୁନି।
ସୂଚନା ଅନୁଯାୟୀ, ବଡ଼ବିଲ ବଜାର ଅଞ୍ଚଳରେ ଥିବା ନୋଡାଲ ସ୍କୁଲ ଏବଂ ଅର୍ବାନ ଡେପ୍ରାଭ୍‌ଡ ହଷ୍ଟେଲ ଗୋଟିଏ ପରିସରରେ ରହିଛି। ହଷ୍ଟେଲରୁ ଜଣେ ୧୨ ବର୍ଷର ଛାତ୍ର ନିଖୋଜ ହେବାପରେ ହଷ୍ଟେଲ ଇନ୍‌ଚାର୍ଜ ଘଟଣା ସମ୍ପର୍କରେ ପୋଲିସକୁ ତୁରନ୍ତ ଅବଗତ ନ କରି ୫ ଦିନ ବ୍ୟବଧାନରେ ଥାନାରେ ଅଭିଯୋଗ କରିବା ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।