ଯୁଦ୍ଧ ପାଇଁ କ୍ଷେପଣାସ୍ତ୍ର ପ୍ରସ୍ତୁତ

ମସ୍କୋ,୨୨ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ସହ ସ୍ବାକ୍ଷରିତ ଶେଷ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି। ଏଥିସହ ନୂଆ ଭୂପୃଷ୍ଠଭିତ୍ତିକ ରଣନୈତିକ ଆଣବିକ ଅସ୍ତ୍ରଗୁଡ଼ିକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିଥିବା ନେଇ ଓ୍ବାଶିଂଟନକୁ ସେ ଧମକ ଦେଇଛନ୍ତି।
୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସେନାକୁ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅପରେଶନ୍‌’ ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କିଭ୍‌ ଗସ୍ତ କରି ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଅତିରିକ୍ତ ୫୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାର ଦିନକ ପରେ ପୁଟିନ୍‌ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ନ୍ୟୁ ଷ୍ଟ୍ରାଟେଜିକ୍‌ ଆମର୍‌ସ ରିଡକ୍ସନ୍‌ ଟ୍ରିଟି (ଷ୍ଟାର୍ଟ)ରେ ନିଜ ସହଭାଗିତାକୁ ରଦ୍ଦ ପାଇଁ ରୁଷିଆ ବାଧ୍ୟ ହୋଇଛି। କାରଣ ଆଣବିକ ପରୀକ୍ଷଣ ପାଇଁ ଓ୍ବାଶିଂଟନରେ କେତେଜଣ ବ୍ୟକ୍ତି ଯୋଜନା କରୁଛନ୍ତି। ଆବଶ୍ୟକ ହେଲେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଆଣବିକ ସହଯୋଗ ମଧ୍ୟ କ୍ଷେପଣାସ୍ତ୍ର ପରୀକ୍ଷା ଲାଗି ପ୍ରସ୍ତୁତ ହେବା ଉଚିତ। ଅବଶ୍ୟ ଆମେ ପ୍ରଥମେ ଏପରି କରିବୁ ନାହିଁ। କିନ୍ତୁ ଯଦି ଆମେରିକା ପରୀକ୍ଷଣ କରେ ତେବେ ଆମେ କରିବୁ। ବୈଶ୍ୱିକ ରଣନୈତିକ ସମାନତାକୁ ନଷ୍ଟ କରାଯାଇପାରିବ ବୋଲି କେହି ବିପଜ୍ଜନକ ବିଭ୍ରାନ୍ତିରେ ରହିବା ଅନୁଚିତ। ଭୂପୃଷ୍ଠଭିତ୍ତିକ ରଣନୈତିକ ବ୍ୟବସ୍ଥାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଲାଗି ସପ୍ତାହେ ତଳେ ମୁଁ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲି। ସେମାନେ ସେଥିରେ ମଧ୍ୟ ନିଜ ନାକ ଲଗାଇବାକୁ ଯାଉଛନ୍ତି କି? ସବୁକିଛି ଏତେ ସରଳ ବୋଲି ସେମାନେ ମନେକରୁଛନ୍ତି କି? ଆମେ ସେମାନଙ୍କୁ ଏମିତି ଛାଡ଼ିଦେବା କି ବୋଲି ପୁଟିନ୍‌ ପ୍ରଶ୍ନ କରିଛନ୍ତି।
ଏହି ଅବସରରେ ପୁଟିନ୍‌ ବର୍ଷେ ଧରି ଚାଲିଥିବା ଯୁଦ୍ଧକୁ ଆଗକୁ ନେବାକୁ ଘୋଷଣା କରିଛନ୍ତି। ଯୁଦ୍ଧ ପାଇଁ ସେ ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ଦୋଷ ଦେଇଛନ୍ତି। ପୁଟିନ୍‌ ଆହୁରି କହିଛନ୍ତି, ମସ୍କୋକୁ ବୈଶ୍ୱିକ ସ୍ତରରେ ପରାଜିତ କରିହେବ ବୋଲି ନାଟୋ ମନେକରିବା ଭୁଲ୍‌। ୟୁକ୍ରେନ୍‌ ଯୁଦ୍ଧ ପାଇଁ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଦାୟୀ। ଏକ ସ୍ଥାନୀୟ ସଂଘର୍ଷକୁ ସେମାନେ ବୈଶ୍ୱିକ ଯୁଦ୍ଧରେ ପରିଣତ କରିଛନ୍ତି। ଆମେ ଉପଯୁକ୍ତ ଭାବେ ଏହାର ଜବାବ ଦେବୁ। ସତର୍କ ହୋଇ ବ୍ୟବସ୍ଥିତ ଢଙ୍ଗରେ ନିଜ ଲକ୍ଷ୍ୟ ହାସଲ କରିବୁ। ତେବେ ରୁଷିଆ ୟୁକ୍ରେନୀୟ ଜନସାଧାରଣଙ୍କ ସହ ଲଢ଼େଇ କରୁନାହିଁ। କିଭ୍‌ରେ ଚାଲିଥିବା ସରକାର ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ୟୁକ୍ରେନ୍‌କୁ ପଣବନ୍ଦୀ କରିଦେଇଛନ୍ତି। ମସ୍କୋ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଆଧୁନିକ ଇତିହାସରେ ସର୍ବାଧିକ। ଏହି ବ୍ୟାନ୍‌ ପରେ ରୁଷିଆ ଏସିଆ ଆଡ଼କୁ ମୁହଁାଇଛି ବୋଲି ପୁଟିନ୍‌ କହିଛନ୍ତି। ପ୍ରକାଶ ଯେ, ରୁଷିଆ ରାଷ୍ଟ୍ରପତି ଦେଶବାସୀଙ୍କୁ ବାର୍ଷିକ ଅଭିଭାଷଣରେ ସମ୍ବୋଧନ କରିବା ପାଇଁ ସମ୍ବିଧାନରେ ନିୟମ ରହିଛି। କିନ୍ତୁ ୨୦୨୨ରେ ତାଙ୍କ ସୈନ୍ୟ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ସେ ଏଭିଳି ଭାଷଣ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri