ଟ୍ୟାକ୍ସି ବଞ୍ଚାଇଦେଲା ଜୀବନ

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସବୁଠି ଚର୍ଚ୍ଚା । ରୁଷିଆର ଆକ୍ରମଣରେ ବେହାଲ ହେଲାଣି ୟୁକ୍ରେନ୍ ହେଲେ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୂତ ନୁହେଁ ଜେଲେନସ୍କି । ରୁଷିଆ ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଧ୍ୱଂସ କରିବାରେ ଲାଗିଥିବା ବେଳେ ଶୁକ୍ରବାର ପୂର୍ବ ୟୁକ୍ରେନର ରାମତୋର୍ସ୍କ ସହରର ଏକ ସବୱେ ରେଲୱେ ଷ୍ଟଶନ ଉପରେ ମିଶାଇଲ ମାଡ କରି ଏହାକୁ ଉଡାଇ ଦେଇଛି । ଏହି ଆକ୍ରମଣରେ ୫୨ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ଅନେକେ ଆହତ ହାଇଛନ୍ତି । ଯୁଦ୍ଧ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଷ୍ଟେଶନରେ ଏକାଠି ହୋଇଥିବା କେତେଜଣ ୟୁକ୍ରେନବାସୀଙ୍କ ଉପରେ ଏଭଳି ଆକ୍ରମଣ ଯୋଗୁ ନିମିଷକରେ ୫୨ ଜଣ ଆଖି ବୁଜି ଦେଇଥିଲେ । ଏହି ରେଲୱେ ଷ୍ଟେଶନ ଦେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ଗୋଟିଏ ୟୁକ୍ରେନ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଉକ୍ତ ପରିବାର ଯଦି ମାତ୍ର ୩ ମିନିଟ ପୂବରୁ ଷ୍ଟେଶନରେ ପହଞ୍ଚି ଥାଆନ୍ତେ ତେବେ ସେମାନେ ମୃତ କିମ୍ବା ଆହତଙ୍କ ମଧ୍ୟରେ ଗଣାଯାଇଥାଆନ୍ତେ । ସେମାନେ କୁହନ୍ତି ରେଲୱେ ଷ୍ଟେଶନ ପହଞ୍ଚିବା ପାଇଁ ସେମାନେ ଯେଉଁ ଟ୍ୟାକ୍ସି ବୁକ କରିଥିଲେ ସେ ଆସିଲା ନାହିଁ । ତେଣୁ ତାଙ୍କୁ ଦ୍ୱିତୀୟ ଟ୍ୟାକ୍ସି ବୁକ କରିବାକୁ ପଡିଥିଲା । ଫଳରେ ସେମାନେ ଷ୍ଟେଶନ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ତେଣୁ ଟ୍ୟାକ୍ସି ହିଁ ତାଙ୍କ ପରିବାରକୁ ବଞ୍ଚାଇ ଦେଇଥିବା ସେମାନେ ପ୍ରକାଶ କରିଛନ୍ତି ।

Share