ଓଜନକୁ ନେଇ ଚର୍ଚ୍ଚାରେ ମିସ୍‌ ୟୁନିଭର୍ସ

ମୁମ୍ବାଇ: ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ଟାଇଟଲ ଫେରାଇ ଆଣିଥିବା ଭାରତର ହର୍ନାଜ ସାନ୍ଧୁ ତାଙ୍କ ଓଜନ ବୃଦ୍ଧି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବି’ ଟାଉନର ଦୁଇଟି ଭିନ୍ନ ଇଭେଣ୍ଟରେ ନଜର ଆସିଥିଲେ। ଗ୍ରାଜିଆ ମିଲେନିଆଲ ଆଓ୍ବାର୍ଡ ୨୦୨୨ରେ ଷ୍ଟାରମାନଙ୍କର ଏକ ସମାବେଶ ହୋଇଥିଲା। ଏହି ସମୟରେ, ମିସ୍‌ ୟୁନିଭର୍ସ ୨୦୨୧ ହର୍ନାଜ ସାନ୍ଧୁଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା। ହର୍ନାଜ ଏହି ସମୟରେ ଏକ ଚକୋଲେଟ୍‌ ରଙ୍ଗର ସ୍ଲିଟ ଡ୍ରେସ ପିନ୍ଧିଥିଲେ, ଯେଉଁଥିରେ ସେ ସୁନ୍ଦର ଦେଖାଯାଉଥିଲେ। କେଶକୁ ଖୋଲା ରଖିଥିଲେ ଏବଂ ହାଲୁକା ମେକଅପ୍‌ ଦେଇଥିଲେ। ଏବେ ତାଙ୍କର ଓଜନ ବୃଦ୍ଧି ପାଇଥିବାରୁ ଫ୍ୟାଟ୍‌, ଫ୍ୟାଟ୍‌ ମିସ୍‌ ୟୁନିଭର୍ସ ଏବଂ ପ୍ଲସ୍‌ ସାଇଜ ମଡେଲ ନାମରେ ଡାକୁଛନ୍ତି।

 

ହର୍ନାଜ ତାଙ୍କ ସମସ୍ୟା ବିଷୟରେ କହିଥିଲେ,ତାଙ୍କର ଅନ୍ତନଳୀ ରୋଗ ରହିଛି। ଏହି କାରଣରୁ ଶରୀରରେ ହଜମ ହେବା ସମ୍ଭବ ନୁହେଁ, ଯେଉଁ କାରଣରୁ ଓଜନ ବୃଦ୍ଧି ଆରମ୍ଭ ହୁଏ। ଏହି ରୋଗରେ ପୀଡ଼ିତ ଲୋକମାନେ ଖାଦ୍ୟ, ଭିଟାମିନ, ମିନେରାଲ୍ସ ଶୋଷିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଯେଉଁଥିପାଇଁ ଶରୀରରେ ଚର୍ବି ଜମିଯାଏ। ଓଜନ ବୃଦ୍ଧି ପରି ସମସ୍ୟା ଦେଖାଦେଇଥାଏ।

Share