Posted inଫୁରସତ

ମିସ୍‌ ଇଣ୍ଡିଆ ୟୁଏସ୍‌ଏ ‘ଆର଼୍ୟା ଓ୍ବାଲ୍‌ଭେକର’

ଓ୍ବାଶିଂଟନ: ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଆର଼୍ୟା ଓ୍ବାଲ୍‌ଭେକର ଚଳିତ ବର୍ଷ ମିସ୍‌ ଇଣ୍ଡିଆ ୟୁଏସ୍‌ଏର ମୁକୁଟ ହାତେଇଛନ୍ତି। ୪୦ତମ ମିସ୍‌ ଇଣ୍ଡିଆ ୟୁଏସ୍‌ଏ ପ୍ରତିଯୋଗିତା ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା। ୧୮ ବର୍ଷୀୟା ଆର଼୍ୟା ଜଣେ ଅଭିନେତ୍ରୀ ହେବାକୁ ଆଶା ରଖିଛନ୍ତି। ପିଲାଟି ଦିନରୁ ତାଙ୍କର ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ ନେଇ ତାଙ୍କ ଆଗ୍ରହ ଥିବା ସେ କହିଛନ୍ତି।
ଆର୍ୟ ଭର୍ଜିନିଆର ବ୍ରିଅର୍‌ ଉଡ୍ସ ହାଇସ୍କୁଲରେ ପାଠ ପଢ଼ନ୍ତି। ଖାଲି ଅଭିନୟ ନୁହେଁ ରୋଷେଇ, ଡାନ୍ସ କରିବା ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ ବୋଲି ସେ କହିଛନ୍ତି। ନିଜର ଏକ ଡ୍ୟାନ୍ସିଂ ଷ୍ଟୁଡିଓ ତିଆରି କରିଛନ୍ତି, ଯେଉଁଠାରେ ନାଚ ପ୍ରତି ଆଗ୍ରହୀ ପିଲାମାନଙ୍କୁ ସେ ନାଚ ଶିଖାଉଛନ୍ତି। ମେଣ୍ଟାଲ୍‌ ହେଲ୍‌ଥ ଏବଂ ବଡି ପଜିଟିଭିଟି ହେଲ୍‌ଥ ମୁଭ୍‌ମେଣ୍ଟରେ ସେ ଅଂଶ ଗ୍ରହଣ କରିବା ସହ ଅନେକ ଆଓ୍ବାରନେଶ୍‌ କ୍ୟାମ୍ପେନ୍‌ରେ ମଧ୍ୟ ଆର଼୍ୟା ଜଡ଼ିତ ଥିବା କୁହାଯାଉଛି। ଅନୁଷ୍ଠିତ ମିସେସ୍‌ ଇଣ୍ଡିଆ ୟୁଏସ୍‌ଏ ପ୍ରତିଯୋଗିତାରେ ଆକ୍‌ସି ଜୈନ ଓ୍ବିନ୍‌ କରିଥିବାବେଳେ ମିସ୍‌ ଟିନ୍‌ ଇଣ୍ଡିଆ ୟୁଏସ୍‌ଏରେ ତାନଭି ଗ୍ରୋଭର ବିଜୟଲାଭ କରିଛନ୍ତି। ଅନୁଷ୍ଠିତ ବ୍ୟୁଟି କମ୍ପିଟିଶନ୍‌ରେ ମୋଟ ୭୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଦେଶରେ ରହୁଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଏ ପ୍ରକାର ପ୍ରତିଯୋଗିତା ସେମାନଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥିବା ଓ୍ବାଲର୍‌ଡଓ୍ବାଇଡ୍‌ ପିଜାଣ୍ଟର ସଂସ୍ଥାପକ ଏବଂ ସଭାପତି ଧର୍ମାତ୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri