Categories: ଜାତୀୟ

ରିପୋର୍ଟରେ ଭୁଲ୍‌ ବିବୃତି ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬ା୯: ମଣିପୁର ହିଂସାବେଳେ ସରକାରଙ୍କ ବିରୋଧରେ ଖବର ଛାପିଥିବାରୁ ଏଡିଟର୍ସ ଗିଲ୍ଡ ଓ ଏହାର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ଦାଏର ହୋଇଛି। ସୈନ୍ୟବାହିନୀର ନିବେଦନକ୍ରମେ ଖବର ଛାପିଥିବା ଏକ ସାମ୍ବାଦିକ ସଂଗଠନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇଲା କିପରି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଶ୍ନ କରିଛନ୍ତି। ମଣିପୁର ହିଂସା ସମ୍ପର୍କିତ ଅନୁସନ୍ଧାନମୂଳକ ଖବର ଛାପିଥିବା ଏଡିଟର୍ସ ଗିଲ୍ଡର ୪ ସଦସ୍ୟଙ୍କ ଗିରଫଦାରି ଉପରେ ଅନ୍ତରୀଣ ସୁରକ୍ଷାକୁ ସର୍ବୋଚ୍ଚ ଅଦାଲତ ଆଉ ୨ ସପ୍ତାହ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି, ଏକ ଲେଖାରେ ଭୁଲ୍‌ ବିବୃତି ରହିବା ୧୫୩ ଏ (ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା)ରେ ଅପରାଧ ନୁହେଁ। ତାହା ଭୁଲ୍‌ ମନ୍ତବ୍ୟ ହୋଇପାରେ। ଦେଶର ସାମ୍ବାଦିକମାନେ ଅନେକ ସମୟରେ ଭୁଲ୍‌ ବିବୃତି ଛାପିଥାନ୍ତି। ସବୁ ଖବରଦାତାଙ୍କ ବିରୋଧରେ ମକଦ୍ଦମା କରିପାରିବ କି ବୋଲି ଅଦାଲତ ପ୍ରଶ୍ନ କରିଥିଲେ।

Share