ସରକାରୀ ଦସ୍ତାବିଜ୍‌ ସହ ସୂଚନା ଅଧିକାର ତଥ୍ୟ ଅମେଳ

ମାଲକାନଗିରି, ୨୩।୧୧(ଡି.ଏନ.ଏ.): ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ଜିଲାର ଗ୍ରାମାଞ୍ଚଳଗୁଡିକରେ ଯୋଗାଯୋଗ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ଯେଉଁ ରାସ୍ତା ହେଉଛି ତାହା କେତେ ଦୂର ଠିକ୍‌ ହେଉଛି ତାହା ତଦାରଖ ହେଉନାହିଁ। ଅନ୍ୟପକ୍ଷରେ କେତେକ ରାସ୍ତା ନିର୍ମାଣ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଶେଷ ହେଉନାହିଁ। ଏଥିପାଇଁ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡାଠାରୁ ପିତାକୋଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ୱାରା ୩୮ କିଲୋମିଟର ରାସ୍ତା ନିର୍ମାଣ କ୍ଷେତ୍ରରେ। ଏହି ୩୮ କିଲୋମିଟର ରାସ୍ତାକୁ ୩ଟି ଭାଗ କରି ନିର୍ମାଣ କରାଯାଉଛି। ଦୀର୍ଘ ୪ବର୍ଷ ହେବ ଏହାର ନିର୍ମାଣ ଚାଲିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ସେହି ଅଞ୍ଚଳରେ ରହୁଥିବା ଗ୍ରାମଗୁଡିକର ଗ୍ରାମବାସୀ ସମସ୍ୟା ଭୋଗୁଛନ୍ତି। ସ୍କୁଲ ଓ କଲେଜ ଯାତାୟାତ କରୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ରାସ୍ତା ନିର୍ମାଣ ହେଉଛି ତାହା ନିମ୍ନମାନର ହେଉଥିବା ସୁଧାଂଶୁ ଶେଖର ପାଢୀ, ଜଗନ୍ନାଥ ସାହୁ, ଏମ୍‌ଭି-୧୨୦ର ରାଜେଶ ବେପାରୀ, ନିରଞ୍ଜନ ବିଶୋୟୀଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏହି ରାସ୍ତାର ସମ୍ପୂଣ୍ଣ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ମଗାଯାଇଥିବା ତଥ୍ୟ ସହ ସରକାରୀ ଦସ୍ତାବିଜ ମେଳ ଖାଉନାହିଁ। ବେଜାଙ୍ଗିବାଡାଠାରୁ ପିତାକୋଣ୍ଡା ରାସ୍ତା ଭାଗ-୧ରେ ସରକାରୀ ତଥ୍ୟରେ ୧୧ କୋଟି ୯୮ ଲକ୍ଷ ୨୪ ହଜାର ଖର୍ଚ୍ଚ ହୋଇଥିବା ବେଳେ ସୂଚନା ଅଧିକାରୀ ଆଇନରେ ମଗାଯାଇଥିବା ତଥ୍ୟରେ ୧୦ କୋଟି ୨୫ ଲକ୍ଷ ୩୪ ହଜାର ଟଙ୍କା ଦର୍ଶାଯାଇଛି। ସେହିପରି ଭାଗ-୨ରେ ସରକାରୀ ତଥ୍ୟ ଅନୁଯାୟୀ ୧୪ କୋଟି ୨୨ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ଦର୍ଶାଯାଇଥିବା ବେଳେ ସୂଚନା ଅଧିକାର ତଥ୍ୟରେ ୧୨ କୋଟି ୧୭ ଲକ୍ଷ ୩୦ ହଜାର ଦର୍ଶାଯାଇଛି। ସେହିପରି ତୃତୀୟ ଭାଗରେ ସରକାରୀ ତଥ୍ୟରେ ୧୧ କୋଟି ୫୬ ଲକ୍ଷ ୮୨ ହଜାର ଟଙ୍କା ରହିଥିବା ବେଳେ ସୂଚନା ଆଇନରେ ମିଳିଥିବା ତଥ୍ୟରେ ତାହା ୯ କୋଟି ୮୯ ଲକ୍ଷ ୯୦ ହଜାର ଦର୍ଶାଯାଇଛି। ତେବେ ସରକାରଙ୍କ ଦସ୍ତାବିଜ ଠିକ୍‌ ନା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଠିକ୍‌ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମାଲକାନଗିରି ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏହି କାମକୁ ୩ଟି ଭାଗରେ ବିଭକ୍ତ କରାଯାଇ ରାସ୍ତା କରାଯାଉଛି। ଯେଉଁ ରାସ୍ତା ଖରାପ ମାନର କାମ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ସେ ନିଜେ କାର୍ଯ୍ୟସ୍ଥଳରେ ତଦନ୍ତ କରିବେ। ଏହି ରାସ୍ତା ସମ୍ବନ୍ଧରେ ନୀଳାଦ୍ରିନଗର ପ୍ରଭୃତି ଅଞ୍ଚଳବାସୀ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri