ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀରେ ମିଶୋ ସାମିଲ

ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍‌ ଚଳିତ ବର୍ଷରେ ବିଶ୍ୱର ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଟାଇମ୍ସର ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ଏପରିକି ମିଶୋ ଉକ୍ତ ତାଲିକାରେ ‘ପାଇନ୍‌ ଅର୍ସ’ ଭାବେ ମାନ୍ୟତା ପାଇଥିଲାବେଳେ ଭାରତର ଇ-ବାଣିଜ୍ୟ ଦୃଶ୍ୟପଟରେ ଏକ ଅସାଧାରଣ ପ୍ରଭାବ ପକାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଟାଇମ-୧୦୦ର ୩ୟ ସଂସ୍କରଣରେ ସର୍ବାଧିକ ପ୍ରଭାବଶାଳୀ କମ୍ପାନୀଗୁଡ଼ିକ ସଙ୍ଗଠନଗୁଡିକୁ ସମ୍ମାନିତ କରିଛନ୍ତି। ବିଶେଷକରି ସ୍ବାସ୍ଥ୍ୟ ସେବା, ମନୋରଞ୍ଜନ, ପ୍ରଯୁକ୍ତିବିଦ୍ୟା, ଖୁଚୁରା ଏବଂ ଶକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦଶର୍ନ କରିଥିବା ଏବଂ ଶିଳ୍ପ ଗଠନ ତଥା ଆମର ଜୀବନ ଏବଂ କାର୍ଯ୍ୟର ପଦ୍ଧତିକୁ ପୁନଃ ନିର୍ଣ୍ଣୟ କରିବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିବା କମ୍ପାନୀଗୁଡିକୁ ଚୟନ କରାଯାଇଛି। ଉପରୋକ୍ତ ବର୍ଗର ତାଲିକା ଏକତ୍ର କରିବାକୁ ଟାଇମ ସେକ୍ଟରଗୁଡିକରେ ନାମାଙ୍କନ ଏବଂ ବିଶ୍ୱସ୍ତରୀୟ ଯୋଗଦାନକାରୀ ଓ ସମ୍ବାଦଦାତା ତଥା ବାହ୍ୟ ବିଶେଷଜ୍ଞଙ୍କ ସର୍ଭେ କରିଥିଲା। ପରବର୍ତ୍ତୀ ସମୟରେ ଟାଇମ ସମ୍ପାଦକମାନେ ପ୍ରଭାବ, ନବସୃଜନ, ଉଚ୍ଚାଭିଳାଷ ଏବଂ ସଫଳତା ସହିତ ପ୍ରମୁଖ କାରଣଗୁଡ଼ିକ ଉପରେ ପ୍ରତ୍ୟେକଙ୍କୁ ମୂଲ୍ୟାଙ୍କନ କରାଯାଇଥିଲା। ଅପରପକ୍ଷରେ ଟାଇମ ପକ୍ଷରୁ କୁହାଯାଇଛି, ଏହାର ପ୍ରତିଯୋଗୀମାନଙ୍କ ପରି ମିଶୋ କୌଣସି ବିକ୍ରେତା କମିଶନ ରଖନ୍ତି ନାହିଁ, ଯାହାକି ଏହାର ୬୦% ଉତ୍ପାଦକୁ ୪ ଡଲାରରୁ କମ୍‌ ମୂଲ୍ୟରେ ବିକ୍ରୟ କରିବାକୁ ସକ୍ଷମ କରିଥାଏ। ଯାହା ବର୍ଷକୁ ୬,୦୦୦ଡଲାରରୁ କମ୍‌ ରୋଜଗାର କରୁଥିବା ଭାରତୀୟ ପରିବାରଙ୍କ ନିକଟରେ ପହଞ୍ଚତ୍ଥାଏ। ଏପରିକି କମ୍ପାନୀ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟକୁ ଅନ୍‌ଲାଇନ ଆସି ଡିଜିଟାଲ୍‌ ଷ୍ଟୋରଫ୍ରନଟ୍ସ ସୃଷ୍ଟି କରିବାକୁ ସଶକ୍ତ କରିଛି, ଯାହା କେବଳ ସେମାନଙ୍କର ରୋଜଗାର ସମ୍ଭାବନାକୁ ବଢ଼ାଏ ନାହିଁ ବରଂ ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିସହିତ ସୁଲଭ ତଥା ପ୍ରାସଙ୍ଗିକ ଉତ୍ପାଦ ମାଧ୍ୟମରେ ଅଣସଂରକ୍ଷିତ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ଉପରେ ମିଶୋର ଧ୍ୟାନ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭାରତରୁ ଅନ୍ତର୍ଭୁକ୍ତ କରିଛି। ଏ ସମ୍ପର୍କରେ ମିଶୋର ପ୍ରତିଷ୍ଠାତା ତଥା ସିଇଓ ବିଦ୍ୟା ଆଟ୍ରେ କହିଛନ୍ତି, ବିଶ୍ୱସ୍ତରରେ ଟାଇମ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଚୟନ ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ। ଏପରିକି ଭାରତ-ଫୋକସ୍‌ କମ୍ପାନୀ ଏହି ସମ୍ମାନ ପାଇବା ସହିତ ଉକ୍ତ ସଫଳତା ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଆଟ୍ରେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri