ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଅଟୋଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ଟାଇଁସିରା ଗ୍ରାମର ପ୍ରମୋଦ ରାମ ନିଜ ଅଟୋକୁ ଘର ସମ୍ମୁଖରେ ରଖିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଅଟୋରେ ନିଆଁ ଲଗାଇ ଦେଇଥିଲେ। ଅଟୋ ଜଳୁଥିବା ଦେଖି ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରମୋଦଙ୍କୁ ଡାକି ଉଠାଇଥିଲେ। ଏହାପରେ ପ୍ରମୋଦ ଓ ତାଙ୍କ ଭାଇ ଅନିଲ ତୁରନ୍ତ ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ଅଟୋଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। କିଏ ଓ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟାଇଛି, ତାହା ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 

Share