ତିହିଡି଼, ୨୬।୧୧(ସଞ୍ଜିତ ବଳ): ତିହିଡି଼ ବଜାରରେ ଥିବା ସରକାରୀ ଦେଶୀମଦ ଦୋକାନକୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମଦ ଦୋକାନ ମାଲିକ ସାବରଙ୍ଗ ଥାନା ଅଧୀନ ନଛିପୁର ଗ୍ରାମର ରତ୍ନାକର ବେହେରା ଏ ସମ୍ପର୍କରେ ତିହିଡି଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଦୋକାନ ଜଳିଯିବା ଫଳରେ ଦୋକାନରେ ଥିବା ୪ଲକ୍ଷ ଟଙ୍କାର ଦେଶୀ ମଦ ଜଳିଯାଇଛି। ଏହାଛଡ଼ା ଦୋକାନରେ ଥିବା ବିଭିନ୍ନ ଆସବାବପତ୍ର ମଧ୍ୟ ଜଳିଯାଇଥିବା ଦର୍ଶାଯାଇଛି । ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାରୁ କେତେକ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ଅଭିଯୋଗରେ ଦର୍ଶାଯାଇଛି ।


