Categories: ଜାତୀୟ

ପେରିୟାରଙ୍କ ପ୍ରତିମୂର୍ତ୍ତିରେ ଚପଲ ମାଳ

କୋଏମ୍ବାଟୁର,୯।୧: ତାମିଲନାଡୁର କୋଏମ୍ବାଟୁରରେ ସାମାଜିକ ସଂସ୍କାରକ ପେରିୟାର ଇଭି ରାମାସ୍ବାମୀଙ୍କ ପ୍ରତିମୂର୍ତ୍ତିକୁ ରବିବାର ପୂର୍ବାହ୍ନରେ କେହି ଦୁର୍ବୃତ୍ତ ଚପଲ ମାଳ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ଭେଲାଲୋରର ପେରିୟାର ଅଧ୍ୟୟନ କେନ୍ଦ୍ର ସମ୍ମୁଖରେ ଥିବା ଏହି ପ୍ରତିମୂର୍ତ୍ତିରେ ତାଙ୍କ ମୁଣ୍ଡରେ ଗେରୁଆ ରଙ୍ଗ ବୋଳାଯାଇଛି। ଖବର ପାଇ ଦ୍ରାବିଡ଼ କାଜାଗାମ (ଡି.କେ) ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏ ସମ୍ପର୍କରେ ପୋଡାନୁର ପୋଲିସ ଏବଂ ଡି.କେ କର୍ମୀମାନେ ଏହି ପ୍ରତିମୂର୍ତ୍ତିକୁ ଯାଞ୍ଚ କରି ଚପଲ ବାହାର କରିଥିଲେ। ପରେ ଡି.କେ କର୍ମୀମାନେ ମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଧାରଣାସ୍ଥଳରୁ ଉଠିଥିଲେ।

Share