Posted inଜାତୀୟ

ନମାଜ ପାଠ ବେଳେ ଆକ୍ରମଣ: ଥାନାରେ ମାମଲା ରୁଜୁ

ଗୁରୁଗ୍ରାମ,୧୩।୧୦: ଗୁରୁଗ୍ରାମର ଏକ ମସ୍‌ଜିଦରେ ବୁଧବାର ନମାଜ ପାଠ ଚାଲିଥିବା ବେଳେ କେତେଜଣ ଲୋକ ସେଠାରେ ପ୍ରବେଶ କରି ମାରପିଟ୍‌ କରିବା ସହ ମସ୍‌ଜିଦରେ ଭଙ୍ଗାରୁଜା କରିଛନ୍ତି। ମୁସଲମାନମାନେ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ଆକ୍ରମଣକାରୀମାନେ ଧମକ ଦେଇଥିଲେ। ଖବର ପାଇ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଏଥିସହ ପୋଲିସ କେତେଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏତଲା ଅନୁଯୟୀ ବୁଧବାର ସନ୍ଧ୍ୟାରେ ଗୁରୁଗ୍ରାମର ଭୋରା କଲଣ ଅଞ୍ଚଳରେ ଥିବା ମସ୍‌ଜିଦରେ ନମାଜ ପାଠ ବେଳେ ଉକ୍ତ ଅଞ୍ଚଳର କେତେଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ମସ୍‌ଜିଦରେ ତାଲା ଲଗାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ିଲା: ପ୍ରସ୍ତାବ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨ା୭(ପି.ଟି.): ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଉକ୍ତ...

ମୃତ୍ୟୁ ଅସ୍ବାଭାବିକ ନୁହେଁ

କୋଲକାତା, ୨ା୬: ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନଥ ଓରଫ୍‌ କେକେଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦକ୍ଷିଣ କୋଲକାତାର ନଜରୁଲ୍‌...

ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି...

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୨୩...

ଗିରଫ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କ ସୂଚନା: ଦିଲ୍ଲୀରେ ଆକ୍ରମଣ ଷଡ଼ଯନ୍ତ୍ର; ଲୋକପ୍ରିୟ ହିନ୍ଦୁନେତାଙ୍କୁ ହତ୍ୟା ଲାଗି ସୁପାରୀ

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଭାରତରେ ଆକ୍ରମଣ ପାଇଁ ହୋଇଥିବା ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ଦିଲ୍ଲୀ ସମେତ ପଶ୍ଚିମ...

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ...

ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି...

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ

ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ...

Advertisement
Archives

Model This Week