Categories: ଜାତୀୟ

ଇଣ୍ଡିଗୋ ବିମାନର ଏୟାର ହୋଷ୍ଟେସଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୯ ।୧: ଏୟାର ଇଣ୍ଡିଆର ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର ପରେ ଏବେ ଜଣେ ଏୟାରହୋଷ୍ଟେସଙ୍କୁ ଦୁର୍ବବ୍ୟହାର ମାମଲା ସାମ୍ନାକୁ ଆସିଛି । ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଏୟାରହୋଷ୍ଟେସଙ୍କ ସହ ଏହି ଦୁର୍ବବ୍ୟହାର ହୋଇଛି । ଫ୍ଲାଇଟରେ ଯାତ୍ରା କରୁଥିବା ୩ଜଣ ଯୁବକ ନିଶାରେ ଥାଇ ଏୟାରହୋଷ୍ଟେସଙ୍କୁ ଦୁର୍ବବ୍ୟହାର କରିଛନ୍ତି । ଏହି ଖବର ବିମାନର କ୍ୟାପଟେନଙ୍କ ପାଖରେ ପହଞ୍ଚିବା ପରେ ସେ ଏହି ବିବାଦର ସମାଧାନ ପାଇଁ ମଝିକୁ ଆସିଥିଲେ । ହେଲେ କ୍ୟାପଟେନଙ୍କୁ ମଧ୍ୟ ଉକ୍ତ ୩ ଯୁବକ ଦୁର୍ବ୍ୟହାର କରିବା ସହ ମାଡ ମାରିଥିଲେ । ଦିଲ୍ଲୀରୁ ପାଟନା ଯାଉଥିବା ଫ୍ଲାଇଟରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ବିମାନଟି ଲ୍ୟାଣ୍ଡ କରିବା ପରେ ଘଟଣା ସମ୍ପର୍କରେ ତୁରନ୍ତ ସିଆଇଏସଏଫକୁ ଏହି ସୂଚନା ଦିଆଯାଇଥିଲା ।
ପାଟନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖିଛି, ଏବେ ସେମାନଙ୍କୁ ପଚରାଉଚରା କରାଯାଉଛି । କୁହାଯାଉଛି କି ଜଣେ ଯୁବକ ବିମାନ ବନ୍ଦରରୁ ବାହାରି ଖସି ଯାଇଛନ୍ତି । ଏହି ଘଟଣାକୁ ନେଇ ଏୟାରପୋର୍ଟ ଥାନରେ ଏକ ଏଫଆଇଆର ଦିଆଯାଇଛି । ଏବେ ୩ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରାଯିବାକୁ ଯୋଜନା କରାଯାଉଛି ।

Share