ସଲମାନଙ୍କ ବଡ଼ିଗାର୍ଡ ଶେରାଙ୍କ ମା‘ଙ୍କୁ ସର୍ବସାଧାରଣ ସ୍ଥଳରେ ଅସଦାଚରଣ, ଆକ୍ସନ ମୁଡରେ ଭାଇଜାନ..

ମୁମ୍ବାଇ: ନିକଟରେ କେହି ଜଣେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ନିକଟତମ ବ୍ୟକ୍ତିଙ୍କ ସହ ବିବାଦ କରିଛନ୍ତି। ବର୍ତ୍ତମାନ ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା ରାଗିଯାଇଛନ୍ତି କାରଣ ତାଙ୍କ ମା‘ ସହିତ କେହି ଅସଦାଚରଣ କରିଛନ୍ତି। ଯାହା ପରେ ଶେରା ସେହି ବ୍ୟକ୍ତିଙ୍କୁ ଏକ ଶିକ୍ଷା ଦେବା ପାଇଁ ଆଇନଗତ ମାର୍ଗ ଗ୍ରହଣ କରିଛନ୍ତି। ବାସ୍ତବରେ, ଶେରାଙ୍କର ମାତା ପ୍ରୀତମ କୌର ଜଲିଙ୍କ ସହ ତାଙ୍କ ସୋସାଇଟିର ଜଣେ ସଦସ୍ୟ ସର୍ବସାଧାରଣ ସ୍ଥଳରେ ଖରାପ ଭାଷା ବ୍ୟବହାର କରି ତାଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ଶେରା ସେହି ବ୍ୟକ୍ତିଙ୍କ ବିରୋଧରେ ଡିଏନ ନଗର ପୋଲିସ ଷ୍ଟେଶନରେ ଏଫଆଇଆର୍‌ ଦାଏର କରିଛନ୍ତି।

ଶେରା ଏବଂ ତାଙ୍କ ପରିବାର ଗତ ୫୦ ବର୍ଷ ଧରି ସେହି ସୋସାଇଟିରେ ବାସ କରୁଛନ୍ତି। ବର୍ତ୍ତମାନ ଶେରାଙ୍କ ମା ଅଭିଯୋଗ କରିଛନ୍ତି ସୋସାଇଟି ସଦସଜୟନ୍ତୀଲାଲ ପଟେଲ ତାଙ୍କୁ ବଦନାମ କରୁଛନ୍ତି ଏବଂ ତାଙ୍କୁ ବିରୋଧରେ ଖରାପ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଭାଇଜାନ ଆକ୍ସ ମୁଡରେ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ଏଫଆଇଆର କପିରେ ପ୍ରୀତମ କୌର କହିଛନ୍ତି ଏହି ଘଟଣା ତାଙ୍କ ସ୍ବାମୀଙ୍କ ଉପସ୍ଥିତିରେ ତାଙ୍କ ସୋସାଇଟିର ବାର୍ଷିକ ସାଧାରଣ ସଭା ସମୟରେ ଘଟିଥିଲା। ପଟେଲ ତାଙ୍କୁ କହିଥିଲେ, ’ତୁମେ ନିଜକୁ କ‘ଣ ବୋଲି ଭାବୁଛ? ବର୍ତ୍ତମାନ ଏଜିଏମରେ ଦେଖନ୍ତୁ, ମୁଁ କିପରି ସମସ୍ତଙ୍କ ସାମ୍ନାରେ ତୁମର ପର୍ଦ୍ଦାଫାଶ କରିବି।

ଏହା ପରେ ଶେରା ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ’ସଚିବ ମୋ ମା’ଙ୍କୁ ଘୃଣା କରନ୍ତି। ସେ ସୋସାଇଟିର ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମୋ ମା’ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସଚିବ ମୋ ମା’ଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଆରମ୍ଭ କଲେ। ମୁଁ ଭାବିଲି ଏହି ସମସ୍ୟାର ସମାଧାନ ହେବ କିନ୍ତୁ ମାମଲା ଆହୁରି ଖରାପ ହେବାରେ ଲାଗିଛି। ଏକ ପୁସ୍ତକ ପ୍ରକାଶ କରି ମୋ ମାଙ୍କୁ ଟାର୍ଗେଟ କରି କହିଥିଲେ ପ୍ରୀତମ ଜୟନ୍ତୀ ଲାଲ ଏବଂ ସୋସାଇଟି ବିରୋଧରେ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମିଥ୍ୟା ଅଭିଯୋଗ କରିଛନ୍ତି। କିନ୍ତୁ ସେପରି ନ ଥିଲା। ରେଜିଷ୍ଟ୍ରାର କାର୍ଯ୍ୟାଳୟ ସୋସାଇଟିର ସଚିବଙ୍କୁ ବରଖାସ୍ତ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏହି ମାମଲା ବିଚାରାଧୀନ ରହିଛି। ସୋସାଇଟି କମିଟିକୁ ଚଳିତ ମାସ ୨୬ ରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୁହାଯାଇଛି। ଶେରା ଧାରା ୫୦୯ ଏବଂ ୫୦୦ଅନୁଯାୟୀ ଅଭିଯୋଗ ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri