Posted inଫୁରସତ

ମିରର୍‌ ବିଚ୍‌

ଜାପାନ, ମିତୋୟୋ ସହରସ୍ଥ ଚିଚିବୁଗାହାମା ବିଚ୍‌ ବା ବେଳାଭୂମି ହେଉଛି ଏକ ଲୋକପ୍ରିୟ ଟୁରିଷ୍ଟ ଡେଷ୍ଟିନେସନ୍‌। ହେଲେ ଦିନେ ଏହା ଲୋକଲୋଚନଠୁ ଦୂରରେ ଥିଲା। କିନ୍ତୁ ସୋସିଆଲ ମିଡିଆ ପାଇଁ ଆଜି ଏହା ପର୍ଯ୍ୟଟକଙ୍କର ପ୍ରିୟସ୍ଥଳ ପାଲଟିଛି। ୨୦୧୬ରେ ମିତୋୟୋ ସହରରେ ସ୍ଥାନୀୟ ପର୍ଯ୍ୟଟନର ବିକାଶ ପାଇଁ ଏକ ଫଟୋସୁଟ୍‌ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ସେଥିରେ ଚିଚିବୁଗାହାମା ବେଳାଭୂମିର ଜଳରେ ଦୁଇଟି ପିଲାଙ୍କ ପ୍ରତିଛବିର ଫଟୋ ଏତେ ଚମତ୍କାରଭାବେ ଉଠାଯାଇଥିଲା ଯେ, ଲାଗୁଥିଲା ସତେ ଯେମିତି ତାହା ବେଳାଭୂମିର ଜଳ ନୁହେଁ ବରଂ ଏକ ବଡ଼ ଦର୍ପଣରେ ନୀଳ ଆକାଶ ଭସା ବାଦଲ ସହ ଦୁଇ ପିଲାଙ୍କର ଦୃଶ୍ୟ ଦେଖାଯାଉଛି। ସୋସିଆଲ ମିଡିଆରେ ସେହି ଫଟୋକୁ ବହୁତ ପସନ୍ଦ କରାଯାଇଥିଲା। ଏହାପରେ ସହରର ଓ୍ବେବସାଇଟ୍‌ରେ ଚିଚିବୁଗାହାମା ବିଚ୍‌ରେ କିଭଳି ପରଫେକ୍ଟ ମିରର୍‌ ଇଫେକ୍ଟ ଫଟୋ ଉଠାଇହେବ ସେ ନେଇ ଟିପ୍ସ ଦିଆଗଲା। ତା’ସହ ସେଠାକାର ଜୁଆର ଆସିବା ଓ ସୂର୍ଯ୍ୟାସ୍ତ ହେବା ସମୟର ବିବରଣୀ ବି ଦିଆଗଲା। ସୋସିଆଲ ମିଡିଆରେ ଫଟୋକୁ ଏତେ ପସନ୍ଦ କରାଯାଇଥିଲା ଯେ ଏ ସମ୍ପର୍କରେ ଅଧିକ ଜାଣିବା ଲାଗି ଲୋକେ ସହରର ଓ୍ବେବସାଇଟ୍‌କୁ ଅଧିକରୁ ଅଧିକ ଭିଜିଟ୍‌ କଲେ। ଆଉ ତା ସମ୍ପର୍କରେ ଅବଗତ ହେବାପରେ ହଜାର ହଜାର ପର୍ଯ୍ୟଟକ ଏହି ମିରର୍‌ ବିଚ୍‌କୁ ଆସିବାକୁ ଲାଗିଲେ। ଏବେ ପର୍ଯ୍ୟଟକ ଏହି ବେଳାଭୂମିରେ ମିରର୍‌ ଇଫେକ୍ଟରେ ଫଟୋ ଉଠାଇବା ସହ ବିଚ୍‌ର ଦିବ୍ୟ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରିବା ପାଇଁ ବହୁ ମାତ୍ରାରେ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri