Posted inଜାତୀୟ

ଆମ୍ବୁଲାନ୍ସରେ ମୃତଦେହ ନେଇ ଫେରିବା ବେଳେ ଖାଲରେ ପଶିଲା ଆମ୍ବୁଲାନ୍ସ, ଗୋଟିଏ ଝଟ୍‌କାରେ ଉଠି ବସିଲେ ବୃଦ୍ଧ; ତା’ ପରେ…

କୋହ୍ଲାପୁର,୩।୧: ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଚମତ୍କାର କଲା ଭଳି ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଖାଲ ଯୋଗୁ ପୁନର୍ଜନ୍ମ ପାଇଛନ୍ତି। ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କହି ଡାକ୍ତର ଫେରାଇ ଦେଇଥିଳେ। ହେଲେ ବାଟରେ କିଛି ଏଭଳି ଘଟିଥିଲା ଯାହା ଫଳରେ ସେ ଜୀବିତ ହୋଇ ଉଠିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କସ୍‌ବା ବାଓ୍ବଡା ଅଞ୍ଚଳର ୬୫ ବର୍ଷୀୟ ପାଣ୍ଡୁରଙ୍ଗ ତାତ୍ୟା ଉଲ୍‌ପେଙ୍କ ମୁଣ୍ଡ ବୁଲାଇବା ଯୋଗୁ ସେ ଘରେ ପଡ଼ି ଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଥିରେ ପାଣ୍ଡୁରଙ୍ଗଙ୍କୁ ହୃଦଘାତ ହୋଇଥିବା ଡାକ୍ତର କହିବା ସହ ମୃତ ଘୋଷଣା କରିଥିଲେ। ପରେ ପରିବାରଲୋକେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ଲାଗି ଆମ୍ବୁଲାନ୍ସରେ ନେଇ ଘରକୁ ଫେରୁଥିଲେ।

ଫେରିବା ବାଟରେ ଗାଡ଼ିଟି ଏକ ଖାଲରେ ପଶି ଯାଇଥିଲା। ଫଳରେ ଏକ ପ୍ରକାର ଝଟ୍‌କା ଲାଗିଥିଲା। ପରେ ପାଣ୍ଡୁରଙ୍ଗ ହାତ ହଲାଉଥିବା ଦେଖିବାକୁ ମିଳିଥିଲା। ଶରୀର ହଲଚଲ ହେବା ପରେ ତାଙ୍କୁ ପୁଣିଥରେ ଡାକ୍ତରଖାନା ନିଆଯାଇଥିଲା।
ଏନେଇ ପଚରାଯିବାରେ ପାଣ୍ଡୁରଙ୍ଗଙ୍କ ପରିବାରଲୋକେ କହିଛନ୍ତି, ଆମେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରି ସାରିଥିଲୁ।

ଡାକ୍ତରମାନେ ମୃତ ଘୋଷଣା କରିବା ପରେ ୩ ଘଣ୍ଟା ଯାଏ ଜରୁରୀ ପ୍ରକ୍ରିୟା ପୂରଣ କରିଥିଲୁ। ପରେ ଆମ୍ବୁଲାନ୍ସ ବୁକ୍‌ କରି ଘରକୁ ଫେରିଥିଲୁ। ରାସ୍ତାରେ ଝଟ୍‌କା ଲାଗିବା ପରେ ତାଙ୍କ ନିଃଶ୍ୱାସ ଚାଲୁଥିବା ଜାଣିବାକୁ ପାଇଥିଲୁ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲୁ। ସେ ଜୀବିତ ଥିବା ଡାକ୍ତର କହିବା ପରେ ବହୁତ ଖୁସି ହେବା ସହ ଚକିତ ହୋଇଯାଇଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri