ସ୍ତ୍ରୀଙ୍କୁ ଏମିତି ମେସେଜ୍‌ କରନ୍ତି ଶାହିଦ କପୁର, ସ୍କ୍ରିନ୍‌ଶଟ୍‌ ଶେୟାର କଲେ ମୀରା

ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ମୀରା ଶାହିଦଙ୍କ ସହ ଏକ ବ୍ୟକ୍ତିଗତ ଚାଟର ସ୍କ୍ରିନସଟ ପ୍ରଶଂସକଙ୍କ ସହଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମ ଷ୍ଟାଟସରେ ସ୍କ୍ରିନସଟ ଶେୟାର କରିବାବେଳେ ମୀରା ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି। ଶାହିଦ ମୀରାଙ୍କ ସହ ଇନଷ୍ଟାଗ୍ରାମ ରିଲ ଶେୟାର କରିଥିଲେ। ଏହି ରିଲ ଏକ ସ୍କ୍ରିନ କେୟାର ଉତ୍ପାଦର। ସେ ମୀରାଙ୍କୁ ପଚାରିଲେ, ଏହା କ’ଣ? ଏହା ପରେ ମୀରା ଇନଷ୍ଟାଗ୍ରାମ ଷ୍ଟାଟସରେ ସ୍କ୍ରିନସଟ ଶେୟାର କରି କ୍ୟାପସନ ଲେଖିଥିଲେ, ଦେଖନ୍ତୁ ସ୍କ୍ରିନ କେୟାର ପାଇଁ କିଏ ଅଧିକ ଆଗ୍ରହୀ। ମୀରା ଏବଂ ଶାହିଦ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଟନ୍ତି ଏବଂ ଅଧିକାଂଶ ସମୟରେ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ମୀରା ଇନଷ୍ଟାଗ୍ରାମରେ ସ୍କ୍ରିନ କେୟାର ଏବଂ ସୁସ୍ଥ କେଶ ବିଷୟରେ ଟିପ୍ସ ଶେୟାର କରନ୍ତି ।
ମୀରା ଏବଂ ଶାହିଦ ୨୦୧୫ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ବିବାହର ଏକ ବର୍ଷ ପରେ ଅର୍ଥାତ୍‌ ୨୦୧୬ରେ ବଡ ଝିଅ ମିଶା ଜନ୍ମଗ୍ରହଣ କରିଥିଲେ। ଯାହା ପରେ ୨୦୧୮ରେ ପୁଅ ଜୈନଙ୍କୁ ଜନ୍ମ ଦେଇଥିଲେ।

Share