କେଶ ଝଡିବା ରୋକିବାକୁ ନେଇ ଟିପ୍ସ ଦେଲ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି। ଏହା ସହିତ ମୀରା ମଧ୍ୟ ନିଜର ବ୍ଲଗ ଚଲାନ୍ତି। ନିକଟରେ ସେ ତାଙ୍କ ଭିଡିଓ ବ୍ଲଗରେ କେଶ ଝଡିିବାର ସମସ୍ୟା ବିଷୟରେ କହିବା ସହ ଏଥିରୁ କିପରି ମୁକ୍ତି ପାଇବେ ସେ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, କେଶ ଝଡିବାକୁ ନେଇ ମୁଁ ଏତେ ଚାପରେ ଥିଲି, ମୁଁ କ’ଣ ଘଟୁଛି ବୋଲି ଭାବି ପାରୁ ନ ଥିଲି । ଛଅରୁ ସାତ ମାସ ପୂର୍ବରୁ କେଶ ଝଡ଼ିବା ସମସ୍ୟା ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଥିଲା, ପ୍ରସବ ପରେ ମଧ୍ୟ ମୁଁ ଏହାକୁ ଦୁଇଥର ସାମ୍ନା କରିଛି। କେଶ ଝଡ଼ିବାର ଅନ୍ୟତମ କାରଣ ଚାପ। କୋଭିଡର ଦ୍ୱିତୀୟ ଟିକା ନେବା ପରେ ଚାପଗ୍ରସ୍ତ ଥିଲି। ଏହି କାରଣରୁ େମୋର କେଶ ଝଡିବା ଆରମ୍ଭ କରିଥିଲା। ମୁଁ କେଶ ଧୋଇବା ପରେ ତାଙ୍କୁ ବାନ୍ଧି ରଖିବା ପରିବର୍ତ୍ତେ ଟାୱେଲରେ କେଶ ଶୁଖାଇବା ଆରମ୍ଭ କଲି। ଏହାଦ୍ୱାରା ମୋ କେଶ ଝଡିବା କିଛିଟା କମ୍‌ ହୋଇଥିଲା।

Share