Categories: ଫୁରସତ

ଏମ୍‌ସିଏ ପାସ୍‌ କରି କଣ୍ଡକ୍ଟର ସାଜିଛନ୍ତି ମିନୁ, ୪ଥର ଜାତୀୟ ସ୍ତରରେ ଖୋ-ଖୋ, ହକି ବି ଖେଳିଛନ୍ତି

ଏମିତି ଜଣେ ମହିଳା, ଯାହାଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ସିଏ। ଖାଲି ଏତିକି ନୁହେଁ, ଜାତୀୟ ସ୍ତରରେ ୪ଥର ହକି ଏବଂ ଖୋ-ଖୋ ବି ଖେଳିଛନ୍ତି। କିନ୍ତୁ ଏବେ ଏହି ମହିଳା ଏଚ୍‌ଆର୍‌ଟିସିରେ କଣ୍ଡକ୍ଟର ଭାବେ ଯାତ୍ରୀଙ୍କ ଟିକେଟ୍‌ କାଟୁଛନ୍ତି।

ହିମାଚଳ ପ୍ରଦେଶର ମଣ୍ଡି ସହରର ବାସିନ୍ଦା ମିନୁ ଶର୍ମା ଆଜି ପାରିବାରିକ ପରିସ୍ଥିତି ଯୋଗୁ ଏଚ୍‌ଆର୍‌ଟିସି ବସ୍‌ରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି।
ମିନୁ ଖୋ-ଖୋରେ ତିନିଥର ଏବଂ ଥରେ ହକିରେ ଜାତୀୟ ସ୍ତରରେ ଖେଳିଛନ୍ତି। ସେ ୨୦୦୫ରୁ ୨୦୨୪ ପର୍ଯ୍ୟନ୍ତ ଅନେକ ଘରୋଇ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ମିନୁ କହିଛନ୍ତି, ପାରିବାରିକ ପରିସ୍ଥିତି ହେତୁ ସେ ଅନେକ ଥର ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ଶେଷରେ ସେ କ୍ରୀଡ଼ା କୋଟାରେ ଏଚ୍‌ଆର୍‌ଟିସିରେ କଣ୍ଡକ୍ଟର ଚାକିରି ପାଇଲେ।

ମିନୁ କୁହନ୍ତି, ମହିଳା କର୍ମଚାରୀଙ୍କ ସୁବିଧା ପାଇଁ ସରକାର ଏବଂ ନିଗମ ପରିଚାଳନାକୁ ଅନେକ କାର୍ଯ୍ୟ କରିବାକୁ ପଡ଼ିବ, କାରଣ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ କେବଳ ପୁରୁଷଙ୍କ ଦ୍ୱାରା କରାଯାଉଥିଲା ଏବଂ ସେମାନଙ୍କ ଅନୁଯାୟୀ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ସେ କହିଛନ୍ତି, ନିର୍ମାଣ ହୋଇଥିବା ବିଶ୍ରାମ କକ୍ଷରେ ମହିଳାମାନଙ୍କ ବିଶ୍ରାମ ପାଇଁ କୌଣସି ପୃଥକ୍‌ ବ୍ୟବସ୍ଥା ନାହିଁ। ଏହାପୂର୍ବରୁ ଯେତେବେଳେ ସେ ଘରୋଇ କମ୍ପାନୀରେ କାମ କରୁଥିଲେ, ସେଠାରେ ମହିଳାମାନଙ୍କ ପାଇଁ ଅଲଗା ସୁବିଧା ଥିଲା। ଯଦିଓ ଚ୍ୟାଲେଞ୍ଜଗୁଡ଼ିକ ମଧ୍ୟ ସେଠାରେ ଥିଲା। କିନ୍ତୁ ନିଗମ ପରିଚାଳନା ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ମେନୁ ଏମସିଏ ପାସ ଏବଂ ଚାରିଥର ଜାତୀୟ ଖେଳିଛନ୍ତି। ହକି ବ୍ୟତୀତ ସେ ଖୋ-ଖୋରେ ଜାତୀୟ ଖେଳିଛନ୍ତି।

Share