ହଠାତ୍‌ ନାବାଳିକାଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର ଅଞ୍ଚଳରେ କାମ କରିବାକୁ ଯାଇଥିଲେ। କିଛିଦିନ ତଳେ ଘରକୁ ଫେରିବାରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ମଙ୍ଗଳବାର ପ୍ରସବ ବେଦନା ଆସିଥିଲେ ମଧ୍ୟ ଘର ଲୋକେ ଡାକ୍ତରଖାନା ନେଇ ନ ଥିଲେ । ଖବରପାଇ ଆଶା, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ଘରକୁ ଯାଇ ପ୍ରସବ କରାଇଥିଲେ I ନାବାଳିକା ମା’ ଏବଂ କନ୍ୟା ସନ୍ତାନକୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଚିକିତ୍ସା କରାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ୟୋତି ରଞ୍ଜନ ଜେନାଙ୍କୁ ପଚାରିବାରେ, ନାବାଳିକା ମା’ ଏବଂ କନ୍ୟା ସନ୍ତାନ ଉଭୟେ ସୁସ୍ଥ ଥିବା କହିଛନ୍ତି I ସେହିପରି ଟିକାବାଲି ସିଡିପିଓ ସୁନିତାରାଣୀ ଦାସ ସମସ୍ତ ବିଷୟ ତଦାରଖ କରଥିବା କହିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନାବାଳିକା ଏବଂ ନବଜାତ ଶିଶୁଙ୍କୁ ଟିକାବାଲି ସ୍ବାସ୍ଥ୍ୟ କେନ୍ଦ୍ରରୁ ଆଣି ଫୁଲବାଣୀ ସଖୀ ଓ୍ବାନ ଷ୍ଟପ ସେଣ୍ଟରରେ ରଖାଯାଇଛି। ଶୁକ୍ରବାର ତାଙ୍କୁ ଶିଶୁ କଲ୍ୟାଣ ସମିତି ଆଗରେ ହାଜର କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚାଇଲ୍ଡ ଲାଇନ ସୂତ୍ରରୁ ଖବର ମିଳିଛି।

 

Dharitri – Odisha’s No.1 Odia Daily

 

Share