କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ ବାପି କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ ।ଜରିମାନା ବାବଦ ୨୦,୦୦୦ ଟଙ୍କା ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଜରିମାନା ଅନାଦେୟ ଦୁଇ ବର୍ଷ ଅଧିକ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ବାବଦ ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ମମାଲରୁ ପ୍ରକାଶ ଯେ ୨୦୨୫ ମସିହା ନଭେମ୍ବର ୧୧ ତାରିଖରେ କଟକ ଟାଙ୍ଗି ଥାନା ଅଞ୍ଚଳରେ ଘଟିଥିଲା ଏହି ଜଘନ୍ୟ ଘଟଣା। ଅପରାହ୍ନରେ ନାବାଳିକା ଓ ତାଙ୍କ ଭାଇ ରାସ୍ତାରେ ବ୍ୟାଡମିଣ୍ଟନ ଖେଳୁଥିଲା ବେଳେ ଆସାମୀ ଜନ୍ମେଜୟ ଘରେ ପଡି ଯାଇଥିଲା କର୍କ । ଉଭୟ କର୍କ ପାଇଁ ଯିବା ସମୟରେ ଭାଇକୁ ପାଣି ଆଣିବାକୁ କହି ନାବାଳିକା ଘରକୁ ନେଇ ବଳାତ୍କାର କରିଥିଲା ଜନ୍ମେଜୟ । ନାବାଳିକା ଏହି ଘଟଣା ସମ୍ପର୍କରେ ଘରେ କହିବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ପରିବାର । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅନେକ ପ୍ରମାଣ ହସ୍ତଗତ କରିଥିଲା ।

ଏହାପରେ ସିଧାସଳଖ ଦୋଷୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ ଆସାମୀ ଜନ୍ମେଜୟକୁ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

 

Dharitri – Odisha’s No.1 Odia Daily

Share