Categories: ଜାତୀୟ

ନାବାଳିକାଙ୍କୁ ୧୫ ଘଣ୍ଟା ଗଣବଳାତ୍କାର: ପୁରୁଷ ବନ୍ଧୁଙ୍କ ସହ ଧରାପଡ଼ିଲେ ୮ ଅଭିଯୁକ୍ତ

ମୁମ୍ବାଇ,୧୯।୧୨: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଏକ ଜଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ ଜଣ ବ୍ୟକ୍ତି ୧୫ ଘଣ୍ଟା ଧରି ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ପୋଲିସ ପକ୍ଷରୁ ସୂଚନା ନିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ପ୍ରଲୋଭନ ଦେଖାଇ ଡାକି ନେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଆଉ ୭ଜଣ ତାଙ୍କୁ ସମୁଦ୍ରକୂଳ ଏକ ଗାଁକୁ ନେଇ ବଙ୍ଗଳାରେ ରଖିଥିଲେ। ପରେ ନାବାଳିକାଙ୍କୁ ୧୫ ଘଣ୍ଟା ଧରି ଜଣକ ପରେ ଜଣେ ବଳାତ୍କାର କରିଥିବା ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ଗଣବଳାତ୍କାର ମାମଲା ରୁଜୁକରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ପୁରୁଷ ବନ୍ଧୁଙ୍କ ସହ ୮ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Share